ମହୋତ୍ସବ ସମ୍ପର୍କକୁ ସୁଦୃଢ଼ କରେ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଗୋଟିଏ ଅଞ୍ଚଳର ସଂସ୍କୃତି ତାହାର ମହାନ ଗୌରବ ଓ ଅଶ୍ମୀତାର ପରିଚୟ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ,ଜାଗା ଆଖଡା କମିଟି ଓ ଓରମାସ ର ମିଳିତ ସହଯୋଗ ରେ ଶରଧାବାଲି ଠାରେ ଶ୍ରୀକ୍ଷେତ୍ର ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ର ଦ୍ୱିତୀୟ ସଂଧ୍ୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ ଦେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଏହି ମହୋତ୍ସବ ପୁରୀ ର ଜାଗା ଆଖଡା ସଂସ୍କୃତି କୁ ଅଧିକ ଋଦ୍ଧିମନ୍ତ କରିବ ବୋଲି କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ନିରବଚ୍ଛିନ୍ନ ଭାବେ ୨୦୦୦ ମସିହା ଠାରୁ ଶ୍ରୀକ୍ଷେତ୍ର ମହୋତ୍ସବ ଆୟୋଜନ ହୋଇ ଆସୁଥିବା ବେଳେ କୋଭିଡ ପାଇଁ ଗତ ଦୁଇ ବର୍ଷ ବନ୍ଦ ରହିଥିଲା।ତେବେ ଚଳିତ ବର୍ଷ ଠାରୁ ଏହାକୁ ଆକର୍ଷଣୀୟ ଭାବେ ପାଳନ ସହ ପଲ୍ଲିଶ୍ରୀ ମେଳାକୁ ସାମିଲ କରାଯାଇଛି।ପୁରୀରେ ବାର ମାସ ରେ ତେର ପର୍ବ ଅନୁଷ୍ଠିତ ହେଉଥିବା ବେଳେ ପାରମ୍ପରିକ କଳାର କଳାକାର ମାନେ ପ୍ରାଚୀନ କଳାକୁ ବଞ୍ଚାଇ ରଖିବା ପ୍ରଶଂସନୀୟ ବୋଲି କହିଥିଲେ।ଉପଜିଲ୍ଲାପାଳ ଭବତାରଣ ସାହୁ କଳା ଓ କଳାକାର ର ବିକାଶ ସହ ପଲ୍ଲିଶ୍ରୀ ମେଳା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମା ମାନେ ବେଶ ଉପକୃତ ହେଉଛନ୍ତି ବୋଲି କହିଥିଲେ।ବରିଷ୍ଠ ସଦସ୍ୟ ଚକ୍ରଧର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ହରଚଣ୍ଡି ସାହି ସଭାପତି ଦୀନବନ୍ଧୁ ପ୍ରତିହାରୀ, ସମ୍ପାଦକ ନାରାୟଣ କୋଠାରୀ, ବରିଷ୍ଠ ସେବାୟତ ଭଗବାନ ସୁଆର,କାଳିକା ଦେବୀ ସାହି ସଭାପତି ଲକ୍ଷ୍ମୀ ନାରାୟଣ ରଥ,ସମ୍ପାଦକ ,ସହ ସମ୍ପାଦକ ଅନିରୁଦ୍ଧ ରାଉତରାୟ,ପ୍ରଫୁଲ୍ଲ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ପ୍ରଫୁଲ୍ଲ କୁମାର ସାମନ୍ତରାୟ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ।ବରିଷ୍ଟ ସଦସ୍ୟ ପ୍ରଦ୍ୟୁମ୍ନ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ପରେ କାଳିକା ଦେବୀ ସାହି ଓ ହରଚଣ୍ଡି ସାହି ଜାଗା ଆଖଡା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସେହିପରି ସ୍ଥାନୀୟ ଓ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ପକ୍ଷରୁ ଗୋଟିପୁଅ ନୃତ୍ୟ ଓ ପୁରୁଲିଆ ଛଉନୃତ୍ୟ ପରିବେଶିତ ହୋଇଥିଲା।କାର୍ଯ୍ୟକ୍ରମକୁ ମହୋତ୍ସବ ର ସମ୍ପାଦକ ଅନନ୍ତ ତିଆଡି,ନରେନ୍ଦ୍ର ମହାନ୍ତି, ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ବିଭିନ୍ନ ସାହି ମୁଖ୍ୟ ମାନଙ୍କୁ ସମ୍ମାନିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *