ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ

Spread the love

କଟକ,(ନାଗରାଜ ନ୍ୟୁଜ): ବାଦାମବାଡ଼ି ଛକରେ ଥିବା ଭରତିଆ ଟାୱାରରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। କୋଠାର ୬ଷ୍ଠ ମହଲାରେ ନିଆଁ ଲାଗିଥିବା ଜଣାପଡ଼ିଛି। ଏକ ଘର ଭିତରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛି।

Leave a Reply

Your email address will not be published. Required fields are marked *