ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ

Spread the love

କଟକ,(ନାଗରାଜ ନ୍ୟୁଜ): ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶା ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ସହଯୋଗରେ ଚଳିତ ମାସ 23 ତାରିଖ ଠାରୁ 62 ତମ ଆନ୍ତଃ ଜିଲ୍ଲା ତଥା ସାହାଣୀ କପ୍ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହେବ। ଏବଂ ଏହି ପ୍ରତିଯୋଗିତା ମଇ ମାସ 14 ତାରିଖ ପର୍ଯ୍ୟନ୍ତ ଚାଲିବ। କଟକ ଏବଂ ଭୁବନେଶ୍ବର ଉଭୟ ସ୍ଥାନରେ ପ୍ରତି ଜୋଗିତା ଅନୁଷ୍ଠିତ ହେବ। ପ୍ରତି ଯୋଗିତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି ବୋଲି ସଂଘର ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଶ୍ରୀ ବେହେରା ପ୍ରତିଯୋଗିତା ସମ୍ପର୍କରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଚଳିତ ବର୍ଷ 31 ଟି ଦଳ ଏହି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରୁଛନ୍ତି। ସମସ୍ତ ମ୍ୟାଚ୍ ଗୁଡ଼ିକ କଟକ ଓ ଭୁବନେଶ୍ୱର ରେ ଖେଳାଯିବ। ପ୍ରତିଯୋଗିତାରେ ଆଠଟି ଗ୍ରୁପ୍ କୁ ନେଇ ପ୍ରସ୍ତୁତ କରାଯାଇଛି। ପ୍ରତ୍ୟେକ ଗ୍ରୁପ୍ ର ପରଷ୍ପର ଦଳ ସହିତ ଖେଳିବେ। ଚମ୍ପିୟାନ ଦଳ କୁ ଏକ ଲକ୍ଷ ଟଙ୍କା, ରାନର୍ସ ଅପ୍ ଦଳକୁ ପଚାଶ ହଜାର ଟଙ୍କା,ତୃତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ପଚିଶ ହଜାର ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ପନ୍ଦର ହଜାର ଟଙ୍କା ପ୍ରଦାନ କରାଯିବ। ଚମ୍ପିୟାନ ଦଳକୁ ନୂଆ ଆକୃତିରେ କରାଯାଇଥିବା ସାହାଣୀ ଟ୍ରଫି ପ୍ରଦାନ କରାଯିବ। ପ୍ରତିଦିନ ଦୁଇଟି ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ପ୍ରତି ଯୋଗିତାରୁ ଖେଳାଳି ମାନେ ଫାଓ ଲିଗ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବେ। ପ୍ରତିଯୋଗିତା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କ୍ରୀଡା ସଚିବ ଭିନିତ୍ କ୍ରିଷ୍ଣାନ ଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ସେମି ଫାଇନାଲ ଓ ଫାଇନାଲ ପ୍ରତିଯୋଗିତା କଟକ ଠାରେ ଅନୁଷ୍ଠିତ ହେବ। ଆନ୍ତଃ ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ତଥା ସାହାଣୀ କପ୍ ଦୀର୍ଘ 61 ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି। ଏବଂ ଚଳିତ ବର୍ଷ ଏହି ପ୍ରତି ଯୋଗିତା 62 ତମ ପ୍ରତିଯୋଗିତା ଭାବରେ ପଦାର୍ପଣ କରୁଛି। ଫୁଟ୍ ବଲ୍ ଫେଡ୍ରେଶନର ସମସ୍ତ ପ୍ରକାର ନୀତି ଓ ନିୟମ ଏହି ପ୍ରତିଯୋଗିତା ପାଇଁ ପ୍ରଯୁଜ୍ୟ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀପ କୁମାର ସାହୁ,ଭକ୍ତବଲ୍ଲଭ ଦାସ, ଅଭିଜିତ ପାଳ,ବିଜୟ ଦାସ,ହୃଦୟରଞନ୍ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *