ଫୁଟବଲ ମ୍ୟାଚ: ଫାଇନାଲରେ ତୁମକେଲା

Spread the love

ରାଉରକେଲା, (ନାଗରାଜ ନ୍ୟୁଜ): ରାଉରକେଲା ସେକ୍ଟର ୧୫ ଖେଳ ପଡିଆ ରେ ୧୭ତମ ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ସାରଣା ସ୍ପୋଟିଂ କ୍ଲବ ଆନୁକୂଲ୍ୟରେ ଉଦଘାଟିତ ହେଇଯାଇଛି।ଏହି ଟୁର୍ଣ୍ଣାମେଣ୍ଟ କୁ ରାଉରକେଲା ପିଡବ୍ଲୁଡି ଅଧିକାରୀ ମନୋଜ କୁମାର ମହାନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିଲେ।ରାଉରକେଲା ସମିତି ସଂଘର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ, ସାଗରିକା ୱେଲଫେୟାର ଟ୍ରଷ୍ଟ ସଭାପତି ଜୟନ୍ତୀ ଦାସ, ଏସ ଏଚ ଜି ମହାସଂଘ ସଂପାଦିକା ଗାୟତ୍ରୀ ରାଉତ, ସଂପାଦକ ସନ୍ତୋଷ ତନ୍ତୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଏହି ମ୍ୟାଚ ରେ ସୁନ୍ଦରଗଡ ଜିଲ୍ଲା ର ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ।ପ୍ରଥମ ମ୍ୟାଚ ସେକ୍ଟର୧୫ ସାରଣା ସ୍ପୋର୍ଟିଂ ଓ ରୁଗୁଡିଟୋଲା ମଧ୍ୟରେ ଖେଳାଯାଇଥିଲା ଏବଂ ସାରଣା ସ୍ପୋର୍ଟିଂ ୧-୦ ଗୋଲ ରେ ବିଜୟୀ ହେଇଥିଲା।ସେହିପରି ଦ୍ୱିତୀୟ ମ୍ୟାଚ ସବାରା ସ୍ପୋର୍ଟିଂ ଓ ବୁଷ୍ଟର ଇଲେଭେନ ମଧ୍ୟରେ ଖେଳାଯାଇ ସବାରା ସ୍ପୋର୍ଟିଂ ୩-୦ଗୋଲ ରେ ବିଜୟୀ ହେଇଥିଲା।ତୃତୀୟ ମ୍ୟାଚ ଡିଫେନ୍ସ ଏକାଡେ଼ମୀ ଓ ନ୍ୟାସନାଲ କ୍ଲବ ମଧ୍ୟରେ ଖେଳାଯାଉଥିଲା ।

ପେନଲଟି ସୁଟଆର ରେ ୪-୩ଗୋଲ ରେ ଡିଫେନ୍ସ ଏକାଡେମୀ ବିଜୟୀ ହୋଇଥିଲା।ପ୍ରଥମ କ୍ୱାଟର ଫାଇନାଲ ସାରଣା ସ୍ପୋର୍ଟିଂ ଓ ତୁମକେଲା ମଧ୍ୟରେ ହେଇ ତୁମକେଲା ଦଳ୧-୦ ଗୋଲ ରେ ବିଜୟୀ ହେଇଥିଲା।ଦ୍ୱିତୀୟ କ୍ୱାଟର ଫାଇନାଲ ସବାରା ସ୍ପୋର୍ଟିଂ ଓ ଦିଫେନ୍ସ ଏକାଡେମୀ ମଧ୍ୟରେ ହେଇ ଦିଫେନ୍ସ ଏକାଡେମୀ୨-୧ଗୋଲ ରେ ବିଜୟୀ ହେଇଥିଲା।ସେହିପରି ପ୍ରଥମ ସେମିଫାଇନାଲ ମ୍ୟାଚ ଦିଫେନ୍ସ ଏକାଡେମୀ ଓ ତୁମକେଲା ମଧ୍ୟରେ ହେଇ ତୁମକେଲା ଦଳ ୨-୦ ରେ ଦିଫେନ୍ସ ଏକାଡେମୀ ଦଳ କୁ ପରାସ୍ତ କରି ଫାଇନାଲ କୁ ଉନ୍ନୀତ ହେଇଚି।ରେଫରି ବୀଣାପାଣି ବରୁଆ, ବାବଲୀ ଗଡ଼ନାୟକ, କମାଲଭାନୁ କିସ୍କୁ, ରାଜକୁମାର ପାଣିଗ୍ରାହୀ ପ୍ରମୁଖ ଖେଳ ପରିଚାଳନା କରିଥିଲେ।ଜିଲ୍ଲା ପରିଷଦ ସଭ୍ୟ ବିନୋଦ କୁମାର କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *