କଟକ ଏସସିବିରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟରେ ଅପରେସନ

Spread the love

କଟକ ଏସସିବି ମେଡିକାଲ ରେ ପ୍ରଥମ ଥର ପାଇଁ ଇକମୋ ମେସିନ ସପୋର୍ଟ ରେ ଅପରେସନ। କିର୍ଡିଓଭାସକୁଲାର ସର୍ଜରୀ ବିଭାଗ ରେ ଏହି ଅପରେସନ କରାଯାଇଥିଲା। ଏହା ଓଡ଼ିଶା ରେ ପ୍ରଥମ। କଟକ ଏସସିବି ମେଡିକାଲ ରେ ୯ ଟି ଇକମୋ ମେସିନ ରହିଥିଲା ବେଳେ କୋଭିଡ ପରେ ଏହି ବ୍ୟବହାର ହେଉନଥିଲା। ତେବେ ଦେବଗଡ଼ ଅଞ୍ଚଳର ୨୧ ବର୍ଷ ବୟସର ଜଣେ ଯୁବକ ର ଶ୍ବାଶନଳୀ ରୁ ଇକମୋ ମେସିନ ସହାୟତା ରେ ଜଟିଳ ଅପରେସନ କରି ଟ୍ୟୁମର ବାହାର କରାଯାଇଛି। ଏବେ ରୋଗୀ ଜଣକ ଆଇସିୟୁ ରେ ରହିଛି। ଶ୍ବାସ ନଳୀରେ ଟ୍ୟୁମର ଥିବାରୁ ତାଙ୍କୁ ନିଶ୍ଚେତକ ଦେବା ସମ୍ଭବ ନଥିଲା ଏଣୁ ଇକମୋ ମେସିନ ସହାୟତା ରେ ଅପରେସନ କରାଯାଇଥିଲା। ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଅପରେସନ ଏସୀୟ ମେସିନ ସହାୟତା ରେ କରାଯିବ ବୋଲି କହିଛନ୍ତି ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ।

Leave a Reply

Your email address will not be published. Required fields are marked *