ଫୋର୍ବସ ପ୍ରକାଶ କଲା ଭାରତର ଭାରତର-୧୦୦ଧନୀ ତାଲିକା, ସ୍ଥାନ ପାଇଲେ ୬ ମହିଳା

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା । ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି । ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୩.୪୬ ଲକ୍ଷ କୋଟି ଟଙ୍କା ହେବ । ୨୪ ତମ ସ୍ଥାନରେ ଥିବା ଦ୍ୱିତୀୟ ଧନୀ ମହିଳା ହାଭେଲ୍ସର ବିନୋଦ ରାୟ ଗୁପ୍ତା(୭୬)ଙ୍କ ସମ୍ପତ୍ତି ପ୍ରାୟ ୫.୬୮ ଲକ୍ଷ କୋଟି ହେବ । ତାଲିକାରେ ୪୩ ତମ ର଼୍ୟାଙ୍କ୍‌ ପାଇଥିବା ଫାର୍ମା କମ୍ପାନୀ ୟୁଏସ୍‌ଭି ପ୍ରା. ଲିମିଟେଡ୍‌ର ଲିନା ତିଓ୍ବାରୀ(୪୩) ପ୍ରାୟ ୩.୨୮ ଲକ୍ଷ କୋଟି ଟଙ୍କା ସହ ତୃତୀୟ ଧନୀ ମହିଳା ହୋଇଛନ୍ତି। ବାଇଜୁସ୍‌ ପ୍ରତିଷ୍ଠାତା ଦିବ୍ୟା ଗୋକୁଳନାଥ (୩୫) ପରବର୍ତ୍ତୀ ବିତ୍ତଶାଳୀ ମହିଳା ଭାବେ ୪୭ ତମ ର଼୍ୟାଙ୍କ୍‌ ପାଇଛନ୍ତି ।

ତାଙ୍କ ମୋଟ ସମ୍ପତ୍ତି ୩.୦୨ ଲକ୍ଷ କୋଟି ରହିଛି । କରୋନା କାଳରେ ଡିଜିଟାଲ ଶିକ୍ଷାଦାନର ଚାହିଦା ବଢ଼ିବାରୁ ତାଙ୍କ ସମ୍ପତ୍ତି ପ୍ରାୟ ୭,୪୭୭ କୋଟି ଟଙ୍କା ବୃଦ୍ଧି ପାଇଛି । ବାୟୋକନ୍‌ର କିରଣ ମଜୁମଦାର ଶ’(୬୮) ଫୋର୍ବସ ତାଲିକାର ୫୩ ତମ ସ୍ଥାନରେ ରହିଥିବାବେଳେ ୫ମ ଧନୀ ମହିଳା ଭାବେ ସେ ପ୍ରାୟ ୨.୯୧ ଲକ୍ଷ କୋଟି ଟଙ୍କାର ଅଧିକାରୀ । ୨୦୨୦ରେ ସେ ୩.୪୩ ଲକ୍ଷ କୋଟି ଟଙ୍କାର ମାଲିକାଣୀ ଥିବାବେଳେ ଚଳିତବର୍ଷ ତାଙ୍କ ସମ୍ପତ୍ତି ହ୍ରାସ ପାଇଛି । ଟ୍ରାକ୍ଟର ଏବଂ କୃଷି ଉପକରଣ ନିର୍ମାଣକାରୀ କମ୍ପାନୀ ଅମଲାଗେମେଶନ୍‌ ଫାମିଲିର ମଲ୍ଲିକା ଶ୍ରୀନିବାସନ୍‌ ୨.୧୬ ଲକ୍ଷ କୋଟି ଟଙ୍କା ସହ ତାଲିକାର ୭୩ତମ ସ୍ଥାନରେ ରହିଛନ୍ତି । ଧନୀ ମହିଳାଙ୍କ ମଧ୍ୟରେ ସେ ଷଷ୍ଠରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *