ନିଆଁ ଲାଗି ପୋଡିଗଲା ୮ ବଖରା ଘର

Spread the love

ପୁରୀ, (ନାଗରାଜ ନ୍ୟୁଜ): ନିଆଁ ଲାଗି ପୋଡିଗଲା ୮ ବଖରା ଘର, ନଷ୍ଟ ହେଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି, ଗାଁ କୁ ରାସ୍ତା ନଥିବାରୁ ପହଞ୍ଚି ପାରିଲା ନାହିଁ ଦମକଳ ଗାଡି। କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ପଞ୍ଚାୟତ ତାଳସୁଆଁ ଗାଁ ବାରିକ ସାହି ରେ ଗତକାଲି ବିଳମ୍ବିତ ରାତିରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ୮ ବଖରା ଘର ଜଳିପୋଡି ଆତ୍ମସାତ ହୋଇଯାଇଛି।ମିଳିଥିବା ସୂଚନା ମୁତାବକ ତାଳସୁଆଁ ଗାଁ ବାରିକ ସାହି ର ବାବୁଲି ବାରିକ, ପ୍ରଶାନ୍ତ ବାରିକ ଓ ମନୋଜ ବାରିକ ତିନି ଭାଇ ଙ୍କ ଘରେ ବିଳମ୍ବିତ ରାତିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ବହୁମୂଲ୍ୟ ସମ୍ପତି, ଅସବାପତ୍ର, ନଗଦ ଟଙ୍କା, ସୁନା ଗହଣା ସହ ଅନେକ ଗୁଡିଏ ଜିନିଷ ପୋଡି ପାଉଁଶ ହୋଇଯାଇଛି।ତେବେ ଘର ର କୌଣସି ଲୋକଙ୍କ କିଛି କ୍ଷତି ହୋଇନଥିଲେ ମଧ୍ୟ ଗ୍ରାମବାସୀ ଙ୍କ ସହଯୋଗ ରେ ନିକଟସ୍ଥ ଚମ୍ପାହର ଅଗ୍ନିଶମ ବିଭାଗ କୁ ଡକାଇ ଥିଲେ ମଧ୍ୟ ଗାଁ କୁ ରାସ୍ତା ନଥିବା ଯୋଗୁଁ ଅଗ୍ନିଶମ ବିଭାଗ ଗାଡି ପ୍ରାୟ ୧ ଘଣ୍ଟା ୩୦ ମିନିଟ ଧରି ଗାଁ ଦାଣ୍ଡ ରେ ଅଟକି ରହିଥିଲା ଫଳରେ ଗାଡି ପହଂଚିବା ବେଳକୁ ଘର ଜଳି ପାଉଁଶ ହୋଇଯାଇଥିଲା । କୁହନ୍ତି ପରିବାର ଓ ଗ୍ରାମବାସୀ। ତେବେ ବିପନ୍ନ ମାନଙ୍କୁ ସରକାରୀ ସାହାୟତା ପ୍ରଦାନ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *