ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ

Spread the love

ପୁରୀ, (ନାଗରାଜ ନ୍ୟୁଜ): ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ। ପୁରୀ ବାସେଳୀ ସାହି ଥାନା ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବସ୍ତିର‌ ଦୁଇଭାଇ ରାଜା ସିଙ୍ଗ ଓ ଚନ୍ଦନ ସିଙ୍ଗ, ମାର୍କଣ୍ଡେଶ୍ୱର ସାହି ହରିଜନ‌ ବସ୍ତିର ଗୁଡୁ ନାୟକ ଏବଂ ଯାଜପୁର ସପନପୁର ଗ୍ରାମର ଅମୂଲ୍ୟ କୁମାର ସ୍ବାଇଁ। ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ୨୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି।‌ ଏହାସହ ନଗଦ ୨୧୦୦ ଟଙ୍କା, ଚାରୋଟି ମୋବାଇଲ ଫୋନ, ଗୋଟିଏ ଟାଟା ଇଣ୍ଡିଗୋ କାର୍ ସହ ତିନୋଟି ଦୁଇଚକିଆ ଯାନ‌ ପୋଲିସ ଜବତ କରିଛି। ଆଜି ସକାଳେ ଏହି ଅଭିଯୁକ୍ତ ମାନେ ମଙ୍ଗଳାଘାଟ ପାଖରେ ଥିବା କଲ୍ୟାଣ ମଣ୍ଡପ ନିକଟ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ରୋଡରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ବେଳେ ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଚଢ଼ାଉ କରିବା ସହ ଏମାନଙ୍କୁ ଗିରଫ କରିଥିଲା। ଆଜି ଏହି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀର‌ ଅତିରିକ୍ତ ଏସପି ମିହିର କୁମାର ପଣ୍ଡା କହିଛନ୍ତି। ତେବେ ଗତ ଜାନୁଆରୀ ମାସରୁ ଆଜି ସୁଦ୍ଧା ପୋଲିସ ୧କେଜି ୬୧୯ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ୩୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଜେଲ୍ ପଠାଇଛି। ସେହିପରି ଗତ କିଛି ଦିନ ପୂର୍ବେ ବ୍ରାଉନ ସୁଗାର ମାଫିଆ ଅନିରୁଦ୍ଧ ଜୟସିଂହକୁ ପୋଲିସ ଗିରଫ କରିବା ସହ ୯୪ ଲକ୍ଷ ଟଙ୍କାର ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ତାହାକୁ ସିଜ୍ କରିଛି।

Leave a Reply

Your email address will not be published. Required fields are marked *