ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝିଙ୍କ ୧୬୬ତମ ସହିଦ ଦିବସ ପାଳିତ

Spread the love

ଟିଟଲାଗଡ଼, (ନାଗରାଜ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ସଦର ମହକୁମା ଭବାନୀପାଟଣା ଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁଗଜନ୍ମା ପୁରୁଷ ମହାନ ବିପ୍ଲବୀ କଳାହାଣ୍ଡିର ବରପୁତ୍ର ରେଣ୍ଡୋ ମାଝିଙ୍କ ରାଜ୍ୟସ୍ତରୀୟ ୧୬୬ ତମ ସହିଦ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ନକଟିଗୁଡ଼ା ଠାରୁ ଆଦିବାସୀମାନେ ପାରମ୍ପାରିକ ବେସଭୂଷା ସହିତ ଡକା ଢ଼ାପ ବାଦ୍ୟ ର ତାଳେ ତାଳେ ନାଚି ନାଚି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାରେ ଆସି ରେଣ୍ଡୋ ମାଝିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ । ନୁଆଁ ବସଷ୍ଟାଣ୍ଡ ସ୍ଥିତ ସହିଦ ରେଣ୍ଡୋ ମାଝିଙ୍କ ସ୍ମୃତି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ସହିଦ ଦିବସ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ନବରଙ୍ଗପୁରର ଆଦିବାସୀ ନେତା ବୁଡୁ ଜାନି, ସମ୍ବଲପୁରର ଆଦିବାସୀ ନେତା ଶ୍ୟାମସୁନ୍ଦର ମୁଣ୍ଡା, ବଲାଙ୍ଗିରର ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ, ପଦ୍ମନ ପ୍ରଧାନୀ, ଚୈତନ୍ୟ ମାଝି, ଆଦି କନ୍ଧ ସମାଜ ସଭାପତି ସୁରେଶ ଭୋଇ ,ବିଶ୍ୱାବସୁ ଶବର ସମାଜ ସଭାପତି ଚନ୍ଦ୍ରଶେଖର ଶବର, ପବିତ୍ର ଶବର, ପରମାନନ୍ଦ ମାଝି ଓ ଥବିର ପୂଝାରୀ ପ୍ରମୁଖ ମଞ୍ଚାସିନ ଥିଲେ ।

Leave a Reply

Your email address will not be published. Required fields are marked *