ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ବନ୍ଧୁମିଳନ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ କୃଷକ ଅଧିକାର ସମିତି ଆନୁକୂଲ୍ୟରେ ଜିଲ୍ଲା ସଂଯୋଜକ ତଥା ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ ଙ୍କ ଅବହକତ୍ୱ ରେ ଏକ ବନ୍ଧୁମିଲନ କାର୍ଯ୍ୟକ୍ରମ କପିଳାସ ନିକଟ ସ୍ତ “ସମ୍ବିତ ଗାର୍ଡେ”ନ ରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବଂଧୁମିଳନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ତଥଗତ ଶତପଥୀ , କୃଷକ ନେତା ତଥା ନବ ନିର୍ମାଣ କୃଷକ ସଙ୍ଗଠନ ର ମୁଖ୍ୟ ଅକ୍ଷୟ କୁମାର ଓ ସମାଜିକ କର୍ମୀ ସୁଧାଂଶୁ ଦେଓ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଥିଲେ ।

ଉକ୍ତ କାର୍ଯ୍ୟ କ୍ରମରେ ଢେଙ୍କାନାଳ ଜିଲ୍ଲାର ଅନେକ କୃଷକ ନେତା ଯୋଗଦାନ କରିଥିଲେ ।ମୁଖ୍ୟ ଅତିଥି ପୂର୍ବତନ ସାଂସଦ ଉପସ୍ଥିତ ଥିବା ସମସ୍ତ ବନ୍ଧୁ ମାନଙ୍କୁ ନବ ବର୍ଷର ଶୁଭ କାମନା କରି ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଚାଷୀ ସମାଜ ଏକ ହୋଇ ନିଜର ହକ୍ ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଥଲେ । ଢେଙ୍କାନାଳ ର ବିର ମାଟି କେବେ କୋଣସି ଅନ୍ୟାୟ ଓ ଶୋଷଣ କୁ ବରଦାସ୍ତ କରିନାହିଁ । ଆଗାମୀ ସମୟ ଆମ ସମସ୍ତଙ୍କ ପାଇଁ ଏକ ସମ୍ଭାବନା ର ସମୟ ହେବ । ରାଜ୍ୟ ର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରି ଉଦବେଗ ପ୍ରକାଶ କରି ଅଂଶମୀ ଦିନ ରେ ଯୁବସମାଜ ଏକ ହେବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ କୃଷକ ନେତା ଅକ୍ଷୟ କୁମାର ରାଜ୍ୟରେ ଚାଷୀ ମନେ ଭୋଗୁଥିବା ଦୁରବସ୍ଥା ସମ୍ବଧରେ ଆଲୋକପାତ କରିଥିଲେ । ରାଜ୍ୟର ଧାନ ମଣ୍ଡି ଗୁଡିକରେ ପ୍ରଶାସନ ଓ ମିଲର ମାନେ ମିଳିମିଶି ଲୁଟ କରୁଥିବାର ମତ ବ୍ୟକ୍ତ କରି ଚାଷୀ ତାର ଉତ୍ପାଦିତ ପଦାର୍ଥ ର ମୂଲ୍ୟ ପାଉନାହିଁ ଓ ଦଲାଲ ମନେ ଉପକୃତ ହେଉଛନ୍ତି ବୋଲି ମତବ୍ୟକ୍ତ କରି ଆଗାମୀ ଦିନରେ ଚାଷୀ ମନେ ଚାହିଁଲେ ସତ୍ତା ପରିବର୍ତନ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟତମ ସମ୍ମାନିତ ଅତିଥି ରାଜ୍ୟର ଦଳିତ ଓ ନିଷ୍ପେସିତ ଲୋକ ଙ୍କ ସ୍ବର୍ଥ୍ୟ ପାଇଁ ସଂଗ୍ରାମକରୁଥିବା ନେତା ଶ୍ରୀଯୁକ୍ତ ସୁଧାଂଶୁ ଦେଓ ସରକାର କିଭଳି ଭାବେ ମହିଳା ସସକ୍ତି କାରଣ ନାମ ରେ ରାଜ୍ୟର ମହିଳା ମାନେ କିଭଳି ରୁଣ ସୁଝିବାକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ରାଜ୍ୟରେ ଗ୍ରାମଞ୍ଚକ ଗୁଡିକରେ କିଛି ସ୍ୱୟଂ ଶଗକ ଗୋଷ୍ଠି କୌଣସି ଉତ୍ପାଦ ନକରି ମହାଜନୀ ବେପାର କରି ଆର୍ଥିକ ଶୋଷଣ ରେ ଲିପ୍ତ ଥିବାର ମତ ବ୍ୟକ୍ତକରିଥିଲେ । ସଭାପତିତ୍ୱ କରୁଥିବା ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦ ସରକାର ଯେପରି ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକର ୧୨୫କୋଟି ଟଙ୍କା ସୁଧ ଫେରସ୍ତ କଲେ ସେପରି ଦୀର୍ଘ ଦିନ ଧରି ସମବାୟ ସମିତି ଗୁଡିକରେ ହଜାର ହଜାର ରୁଣୀ ଚାଷୀ ଙ୍କ ସୁଧ ଛାଡ଼ କରିବାକୁ କହିଥିଲେ । ସରକାରୀ ଯୋଜନା ଗୁଡିକରେ ବ୍ୟାଙ୍କ ମନେ କୃଷି ଉଦ୍ୟୋଗୀ ମାନଙ୍କୁ ରୁଣ ଦେଉନାହାନ୍ତି ବୋଲି ମତବ୍ୟକ୍ତ କରି ସେ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ନଦେଲେ ଜିଲ୍ଲାରେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ନନ୍ଦ ମତ ବ୍ୟକ୍ତ କରିଥିଲେ । ସଭା ଶେଷରେ ବରିଷ୍ଠ ଓକିଲ ଦିପ୍ତୀଶ ପଟନାୟକ ଧନ୍ୟବାଦ ଦେଇ ଅତିଥି ଓ ସମସ୍ତ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ୍ଧୁମିଲନ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଅନେକ କୃଷକ ନେତାଙ୍କ ସମେତ “କୃଷକ ଅଧିକାର ସମିତି,ର ଶତାଧିକ ସଭ୍ୟ /ସଭ୍ୟା ଯୋଗଦାନ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *