ଖଇରା, (ନାଗରାଜ ନ୍ୟୁଜ): ଏ ମହିଳା ଜଣକ ଏମିତି କି ଅପରାଧ କରିଦେଲେକି ଏମିତି ଭାବରେ ମାରୁଛନ୍ତି । ଯାହା ଜାଣିବାକୁ ମିଳୁଛି ,ଏ ଘଟଣା ହେଉଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଳକ ଗନ୍ଧାଳୀ ଗ୍ରାମରେ । ସେଇ ଗ୍ରାମର ଅନ୍ନପୂର୍ଣ୍ଣା ମୁଖୀ ଓ ଦିପା ମୁଖୀଙ୍କ ମଧ୍ୟରେ ଏକ ବଚଷା ହେଉଥିଲା । ଠିକ ସେଇ ସମୟରେ ୱାଡ଼ ମେମ୍ବର ଲିଜା ରାଣୀ ମୁଖୀ ଓ ତାଙ୍କ ଶଶୁର ଟୁକୁନା ମୁଖୀ, ସାଗର ମୁଖୀ ଓ କିଛି ଗ୍ରାମବାସୀ ମିଶି ଅନ୍ନପୂର୍ଣ୍ଣା ମୁଖୀଙ୍କୁ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ଅନ୍ନପୂର୍ଣ୍ଣା ମୁଖୀ ପୁଅ ମୁନା ମୁଖୀ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମରାଯାଇଥିଲା । ଏ ବାବଦରେ ଖଇରା ଥାନା ଓ ମହିଳା ସଙ୍ଘରେ ଜଣାଇ ଥିଲେ ବି କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ତଦନ୍ତ ନ କରିବା ଏହା ସାଧାରଣ ରେ ପ୍ରଶ୍ନବାଚି ସୃଷ୍ଟି କରିଛି ।
ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ