ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନା ର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁସାହାସିକ ଓ ରୋମାଚଂକର କଳା କୌଶଳ। ଆଜି ସକାଳ ୧୦.୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ ଫ୍ଲାଗବିଚ ଠାରେ ବାୟୁସେନା ପକ୍ଷରୁ ଫୁଲ ଡ୍ରେସ ରିହରସାଲ ଏୟାର ସୋ ଅନୁଷ୍ଠିତ ହୋଇଥିଲା।ଆକାଶ ମାର୍ଗରେ ବାୟୁସେନା ପକ୍ଷରୁ ଭଳିକି ଭଳି କୌଶଳ ପ୍ରଦର୍ଶନ କରାଯାଇଥିଲା।ଯାହାକୁ ଦେଖି ଉପସ୍ଥିତ ହଜାର ହଜାର ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା,ମନ୍ଦିର କମିଟି ସଦସ୍ୟ ଓ କର୍ମକର୍ତ୍ତା, ସେବାୟତ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ,ଅତିରିକ୍ତ ଏସ ପି ମିହିର ପ୍ରସାଦ ପଣ୍ଡା, ବିଭିନ୍ନ ବିଭାଗର ଅଧିକାରୀ,କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି,ସ୍ୱଛାସେବୀ, ଏନସିସି କ୍ୟାଡେଟ, ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ସାଧାରଣ ଲୋକ ମାନେ ଯୋଗ ଦେଇ ଏୟାର ସୋ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *