ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକର ନବ ନିର୍ବାଚିତ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡ଼ା ବ୍ଲକ ପରିସରରେ ଥିବା ନିଜର କାର୍ଯ୍ଯାଳୟକୁ ପ୍ରବେଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏଥିସହିତ ନବନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମକର୍ତ୍ତାମାନେ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଶାନ୍ତିଶୃଙ୍ଖଳାର ସହିତ ବ୍ଲକକୁ ବିକାଶ ପଥରେ ଆଗେଇ ନେବା ଏବଂ ସର୍ବଦା ଜନ ସେବାରେ ନିଜକୁ ସାମିଲ କରିବା ନିମନ୍ତେ ଶ୍ରୀ ମନ୍ତ୍ରୀ ଶ୍ରୀ ପରିଡାଙ୍କୁ ପରାମର୍ଶ ଦେଇଥିଲେ, ଏହି ଅବସରରେ ନବ ନିର୍ବାଚିତ ହୋଇଥିବା ସମସ୍ତ ଜିଲ୍ଲା ପରିଷଦ, ସମିତି ସଭ୍ୟ, ସରପଞ୍ଚ, ସାଂସଦଙ୍କ ପ୍ରତିନିଧି , ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ (BDO) ପଞ୍ଚାୟତ ସମିତିରେ କର୍ଯ୍ୟରତ ସମସ୍ତ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ।
ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ