ସେପ୍ଟେମ୍ବର ୬ ତାରିଖରେ ପୁରୀରେ ଗଣେଶ ପୂଜା ଭସାଣୀ

Spread the love

ପୁରୀ,(ନାଗରାଜ ନ୍ୟୁଜ):  ପୁରୀ ସହରର ଗଣେଶ ପୂଜା ଭସାଣୀ ସେପ୍ଟେମ୍ବର ୬ ତାରିଖରେ ଅନୁଷ୍ଠିତ ହେବ। ଭସାଣୀ ରେ ସାମିଲ ହେବାକୁ ଚାହୁଁ ଥିବା ମେଢ଼ ମାନେ ଶରଧାବାଲିରେ ଏକତ୍ରିତ ହେବା ପରେ ମଙ୍ଗଳା ହାଟ ସ୍ଥିତ ଅସ୍ଥାୟୀ ବିସର୍ଜନ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ବୋଲି ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି। ଆଜି ଅପରାହ୍ନ ରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଙ୍କ ଅଧ୍ୟକ୍ଷତାରେ ଗଣେଶ ପୂଜା ଓ ଭସାଣୀ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ ନିମିତ୍ତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା ଯୋଗୁଁ ଦୁଇ ବର୍ଷ ପରେ ଶ୍ରୀ ଗଣେଶ ଙ୍କ ର ଏହି ପୂଜା ଅନୁଷ୍ଠିତ ହେଉଥିବାରୁ ସମସ୍ତେ ଉତ୍ସାହିତ। ତେବେ ଶାନ୍ତି ଶୃଙ୍ଖଳା ଓ ସଦଭାବନାର ସହ ଏହାକୁ ପାଳନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ସାହୁ କହିବା ସହ ପ୍ରତ୍ୟେକ ପୂଜା କମିଟି ନିଆଯାଉଥିବା ନିଷ୍ପତ୍ତି ର ଅନୁପାଳନ କରିବାକୁ ଅନୁରୋଧ କରିଥିଲେ ।

ସିଟି ଡି ଏସ ପି ଶ୍ରୀ ଜନାର୍ଦ୍ଦନ ପାଢ଼ୀ ନିର୍ବିବାଦୀୟ ସ୍ଥାନରେ ପୂଜା କରିବା, ମାନ୍ୟବର ମୁଖ୍ୟ ନ୍ୟାୟାଳୟଙ୍କ ଆଦେଶ ଆଧାରରେ ପୂଜା ଓ ଭସାଣୀ ଆୟୋଜନ କରିବା, ପ୍ରତ୍ୟେକ ପୂଜା କମିଟି ପୂଜା ଓ ଭସାଣୀ ପାଇଁ ଉପରକୁ କର୍ତ୍ତୃପକ୍ଷ ଙ୍କ ଠାରୁ ଅନୁମତି ନେବା, ପୂଜା ଓ ଭସାଣୀ ସମୟରେ ଅଯଥା ଭିଡ ନ କରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ପ୍ରତ୍ୟେକ ପୂଜା କମିଟି ସ୍ୱଛତା ପ୍ରତି ଦୃଷ୍ଟି ଦେଇ ଓଦା ଓ ଶୁଖିଲା ଆବର୍ଜନା ଗଛିତ ପାଇଁ ଦୁଇଟି ଡଷ୍ଟବିନ ରଖିବାକୁ ଅନୁରୋଧ କରିବା ସହ ଏହି ଅଳିଆ ନିୟମିତ ଭାବେ ମୁନିସିପାଲ୍ଟି ଉଠେଇ ନେବ ବୋଲି କହିଥିଲେ। ରାସ୍ତା ଘାଟ ମରାମତି ଓ ପରିସ୍କାର, ପରିଛନ୍ନ , ଆଲୋକ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ, ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଅଗ୍ନି ନିର୍ବାପକ ବ୍ୟବସ୍ଥା ଇତ୍ୟାଦି ସମ୍ପୃକ୍ତ ବିଭାଗ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଗଲା। ପ୍ରାରମ୍ଭରେ ଗଣେଶ ପୂଜା କମିଟିର ସଂଗଠନ ସଂପାଦକ ଶ୍ରୀ ଚକ୍ରଧର ମହାପାତ୍ର, ସୁଭଦ୍ରାଙ୍କ ମୁଖ୍ୟ ବାଡଗ୍ରାହୀ ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ଶ୍ରୀକ୍ଷେତ୍ର ଗଣେଶ ପୂଜା କମିଟି ର ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଦାଶ ପ୍ରମୁଖ ପୂଜା ଓ ଭସାଣୀ ସମ୍ପର୍କରେ ବିଷଦ ଆଲୋଚନା କରି ବିବିଧ ପ୍ରସ୍ତାବ ମାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆଇଆଇସି ଶ୍ରୀ ଗୋକୁଳ ରଞ୍ଜନ ଦାସ, ଶ୍ରୀ ଚିନ୍ମୟ ରାଉତ, ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁ, ବିଭିନ୍ନ ପୂଜା କମିଟି ର ସଦସ୍ୟ ମାନେ ଯୋଗ ଦେଇଥିଲେ।ଶେଷରେ ଡେପୁଟି କଲେକ୍ଟର ଶ୍ରୀ ରାମ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *