ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସପ୍ତବିଂଶ ତମ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ

Spread the love

 କଟକ, (ନାଗରାଜ ନ୍ୟୁଜ): ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ସପ୍ତବିଂଶ ତମ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ଉତ୍ସବ କଟକ କଳାବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଗଙ୍ଗାଧର ରଥ ଫାଉଣ୍ଡେସନର ସଭାପତି ଡ. ଜୟନ୍ତ ରଥ ଙ୍କ ସଭାପତତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଭାଷା ସାହିତ୍ୟ ସଂସ୍କତି ଗୋଟେ ଜାତିର ସ୍ୱାଭିମାନ ଏବଂ ସମ୍ବଳ ଏହାକୁ ଜାଗ୍ରତ କରି ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସାହିତ୍ୟ ଜଣେ ମଣିଷକୁ ସମାଜରେ ଭଲ ମଣିଷ କରି ଗଢି ତୋଳିବାରେ ସହାୟକ ହେବ। ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ଦାସ କହିଲେ ଓଡ଼ିଆ ଭାଷା ସାହିତ୍ୟ ଉପରେ ଅଧିକ ଗବେଷଣା ହେବା ଉଚିତ୍।ଗବେଷଣା କଲେ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଅଧିକ ତଥ୍ୟ ଲୋଲୋଚନକୁ ଆସିବ। ଗବେଷଣା କ୍ଷେତ୍ରରେ ଡ.ଅରବିନ୍ଦ ପଟ୍ଟନାୟକ ଙ୍କ ପ୍ରଚେଷ୍ଟା ନିଶ୍ଚିତ ଭାବେ ପ୍ରଶଂସନୀୟ ।ଅନ୍ୟ ମାନଙ୍କ ମଧ୍ୟରେ ଫାଉଣ୍ଡେସନର ସମ୍ପାଦିକା ସସ୍ମିତା ରଥ, ଡ. ବିଜୟାନନ୍ଦ ସିଂ ପ୍ରମୁଖ ଯୋଗଦେଇ ଗଙ୍ଗାଧର ରଥ ଙ୍କ ସାହିତ୍ୟ କୃତୀ ଉପରେ ଆଲୋକ ପାତ କରିଥିଲେ।ଏହି ଅବସରରେ ବିଶିଷ୍ଟ ଆଇନଜ୍ଞ ଜଗନ୍ନାଥ ପଟ୍ଟନାକ ଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ମର୍ଯ୍ୟାଦା ଜନକ “ସାହିତ୍ୟ ଭାରତୀ” ସମ୍ମାନ ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କୁ, ଭାନୂଜୀ ରାଓ ସ୍ମାରକୀ ସମ୍ମାନ ଅମରେନ୍ଦ୍ର ଖଟୁଆ, ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର ଡକ୍ଟର ସୁରେଶ ଛୋଟରାୟ ଙ୍କୁ ପ୍ରଦାନ କରାଯାଇଥିବା ବେଳେ ସୁବ୍ରତ ରଥ ସ୍ମାରକୀ ସମ୍ମାନ ଡକ୍ଟର ସଂଘମିତ୍ରା ଭଞ୍ଜ ଏବଂ କ୍ଷେତ୍ରବାସୀ ନାୟକ ଙ୍କୁ ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *