ଗଁଦିଆ ୧୪ତମ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ପବିତ୍ର ଦଶହରା ପର୍ବ ପାଳନ ଅବସରରେଗଁଦିଆ ମିନି ଷ୍ଟାଡିୟମଠାରେ ବୁଧବାର ଦିନ ଆନନ୍ଦ ଉଲ୍ଲାସର ସହିତ ରାବଣ ପୋଡି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ଆୟୋଜକ ରାବଣ ପୋଡି ମହୋତ୍ସବ କମିଟି ସଭାପତି ବିଦ୍ୟାଧର ସାହୁ ଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଢେ଼ଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୂଖ୍ୟ ଅତିଥି ସମ୍ମାନିତ ଅତିଥି ଭାବରେ ଗଁ ଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ ଓଡିଶା ଚଳଚିତ୍ର ନିଗମ ଅଧକ୍ଷା ତଥା ସିନେ ଅଭିନେତ୍ରୀ ଏଲିନା ଦାସ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ ଆମ ସମାଜରେ ମହାନ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ ଆୟୋଜକ କମିଟି ସମ୍ପାଦକ tapas କୁମାର ରାଉତ ଉତ୍ସଵ ସମ୍ପର୍କରେ ଆଲୋକପାତ କରିଥିଲେ ସଭାପରମ୍ଭରେ ଗଁଦିଆ ନଟରାଜ୍କଳାପରିସଦ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଉକ୍ତ ଉତ୍ସବରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ଟେଲି ଅଭିନେତ୍ରୀ ଜଶ୍ମିନୀ ରଥ ଓ ଅଭିନେତା ଆକାଶ ରାଉତ ସଭା ଆରମ୍ଭରେ କମିଟିର ବରିଷ୍ଠ ସଭ୍ୟ ରାଘବ ଚନ୍ଦ୍ର ମହାରଣା ଅତିଥି ପରିଚୟ ପତ୍ର ପ୍ରଦାନ ସହିତ ସ୍ୱାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଗଁଦିଆ ବ୍ଳକରୁ ସର୍ବାଧିକ ନମ୍ବର ରଖିଥିବା ପୋରୁହଖୋଜ ଗ୍ରାମର ସ୍ନେହା ଶାଶ୍ୱତୀ ସାହୁ ଙ୍କୁ ଛାତ୍ର ସମ୍ମାନ ନିହଲପ୍ରସାଦ ଗ୍ରାମର ଶ୍ରୀ ସୁମନ ସାହୂ ଙ୍କୁ କ୍ରୀଡା ସମ୍ମାନ ଅବସରର ପ୍ରାପ୍ତ ପ୍ରାଥମିକ ଶିକ୍ଷକ ଧନେଶ୍ୱର ମହାରଣା ଙ୍କୁ ବ୍ୟାସ ସମ୍ମାନ ସେହିପରି ଇଲେଇକଙ୍ଗ ଗ୍ରାମର ଡ଼ ତ୍ରିନାଥ ସାହୁ ଙ୍କୁ ଗଁଦିଆ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା ଅନୁଷ୍ଠାନର ସଭ୍ୟ ରାଘବ ଚନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ସଭା ପରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସାମଲ ରାବଣର ପ୍ରତି ମୂର୍ତ୍ତିରେ ଅଗ୍ନି ସଂଯୋଗ କରିଥିଲେ ଆତସ ବାଜିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା କୋବିଡ଼ କଟକଣା ଯୋଗୁ2ବର୍ଷ ଧରି ବନ୍ଦ ରହିଥିବା ଉକ୍ତ ରାବଣ ପୋଡି ଉତ୍ସଵ କୁ ଦେଖିବା ପାଇଁ ଉକ୍ତ ବ୍ଲକର ବିଭିର୍ଣ ଅଂଚଳରୁ ତଥା ସ୍ଥାନୀୟ ଲୋକଙ୍କର ପ୍ରବଳ ମାତ୍ରାରେ ଭିଡ଼ ପରିଲକ୍ଷିତ ଦେଖିବାକୁ ମିଳିଥିଲା ସେହିପରି ଜୋରନ୍ଦା ଓ ଷଡଙ୍ଗୀ ଠାରେ ଅନୁରୂପରରେ ରାବଣ ପୋଡି ଅନୁଷ୍ଠିତ ହୋଇଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *