ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଉପଲକ୍ଷେ ଗହ୍ମା ଆସର ଅନୁଷ୍ଠିତ

Spread the love

ବାଲେଶ୍ବର,‌ (ନାଗରାଜ ନ୍ୟୁଜ): ଆଜି ହେଉଛି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ବା ଗହ୍ମା ପୂର୍ଣ୍ଣିମା । ଏହି ଉପଲକ୍ଷେ ବାଲେଶ୍ବର ଜିଲ୍ଲା ଖଇରା ଦୁର୍ଗାମଣ୍ଡପ ପରିସରରେ ” ଖଇରା ସାହିତ୍ୟ ସଂସଦ ” ର ଗହ୍ମା ଆସର ଅନୁଷ୍ଠିତ ହୋଇଯାଇଛି । ସଭାପତି ମାୟାଧର ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ସଭାରେ ସଂସଦର ସଭାପତି ଉମେଶ ଚନ୍ଦ୍ର ନାୟକ ଗହ୍ମା ପୂର୍ଣ୍ଣିମାର ତାତ୍ପର୍ଯ୍ୟ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ହରିହର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅନନ୍ତପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଡମ୍ବରୁଧର ଭୋଳ ଯୋଗଦେଇ ଗହ୍ମା ପୂର୍ଣ୍ଣିମା, ରକ୍ଷା ବନ୍ଧନ, ବଳଭଦ୍ର ଜନ୍ମ, ନିଗମାନନ୍ଦ ଜୟନ୍ତୀ, ମେହେର ଜୟନ୍ତୀ ଓ ସଂସ୍କୃତ ଦିବସର ମହିମା ବିଷୟରେ ଆଲୋକପାତ କରିଥିଲେ ।

ଏହି ଅବସରରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ଆସିଥିବା ମାୟାଧର ନାୟକ, ଦେବେନ୍ଦ୍ର କୁମାର ନାୟକ, ବୁଦ୍ଧିରାମ ପାଣିଗ୍ରାହୀ, ସୁଦାମ ଚରଣ ରାଉତ, କୁନ୍ତଳା ମହାରଥା, ନାରାୟଣ ପ୍ରସାଦ ପେଡା, ଗଗନ ବିହାରୀ ପଣ୍ଡା, ଅଶୋକ କୁମାର ରାଉତ, ଉମେଶ ଚନ୍ଦ୍ର ନାୟକ, ଉଗ୍ରସେନ ମାଝୀ, କୀର୍ତ୍ତନ ଚରଣ ନାୟକ, ସଙ୍କିର୍ତ୍ତନ ପଣ୍ଡା, କୈଳାସ ଚନ୍ଦ୍ର ପୃଷ୍ଟି, ଭଗବାନ ସେଠୀ, ସାମ୍ବାଦିକ ତଥା କବି ନରେନ୍ଦ୍ର ପ୍ରସାଦ ବେହେରା, ଅର୍ଜୁନ ଚରଣ ମହାରଣା, ସୁରମା ପାଢୀ ପ୍ରମୁଖ କବି କବୟିତ୍ରୀମାନେ କବିତା ପାଠ କରିଥିଲେ । ନିତ୍ଯାନନ୍ଦ ପାଣିଗ୍ରାହୀ କବିତା ସଂଯୋଜନା କରିଥିବା ବେଳେ ସମୀକ୍ଷା କରିଥିଲେ ଡା. ଡମ୍ବରୁଧର ଭୋଳ । ଶେଷର କୈଳାସ ଚନ୍ଦ୍ର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଏକଲବ୍ୟ ସଂସ୍ଥାର ଭଉଣୀମାନେ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published. Required fields are marked *