ଅକ୍ଟୋବର ୩୧ ଏବଂ ନଭେମ୍ବର ୧ ଦୁଇଦିନ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହେବ ଗୋପାଷ୍ଟମୀ ମେଳା

Spread the love

କଟକ,(ନାଗରାଜ ନ୍ୟୁଜ): ନୁଆବଜାର ସ୍ଥିତ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ଠାରେ ଅକ୍ଟୋବର ୩୧ ଏବଂ ନଭେମ୍ବର ୧ ତାରିଖ ଦୁଇଦିନ ଧରି ବିଭିନ୍ନ କାର୍ଯ୍ୟ କ୍ରମ ମାଧ୍ୟମରେ ଗୋପାଷ୍ଟମୀ ମେଳା ଅନୁଷ୍ଠିତ ହେବ। ସେଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ଶ୍ରୀ ଗୋପାଳ କୃଷ୍ଣ ଗୋଶାଳା ଠାରେ ଗୋପାଷ୍ଟମୀ ମେଳା ଅନୁଷ୍ଠିତ ହେଉଥିବାରୁ ପ୍ରବଳ ଜନ ସମାଗମ ହେବାର ସମ୍ଭାବନା ରହିଛିବୋଲି ଗୋଶାଳାର ଅଧକ୍ଷ ଗଣେଶ ପ୍ରସାଦ କାଣ୍ଡୋଇ ସୂଚନା ଦେଇଛନ୍ତି। ଆଜି ଗୋଶାଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଚଳିତ ବର୍ଷ ଗୋପାଷ୍ଟମୀ ମେଳାର ବିଭିନ୍ନ କାର୍ଯ୍ୟ କ୍ରମ ସମ୍ପର୍କ ରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଅକ୍ଟୋବର ୩୧ ସୋମବାର ଦିନ ସକାଳ ୯ଘଟିକା ଠାରୁ ଅପରାହଣ ୧ ଘଟିକା ପର୍ଯ୍ୟନ୍ତ ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହେବ। ବିଶେଷଜ୍ଞ ଡାକ୍ତର ଙ୍କ ଦ୍ଵାରା ବିଭିନ୍ନ ରୋଗର ଚିକିତ୍ସା କରାଯିବ।ମାଗଣାରେ ଔଷଧ ବିତରଣ କରାଯିବ।ଲାୟନ୍ସ ଆଇ ହସ୍ପିଟାଲ ଡାକ୍ତର ମାନଙ୍କ ଦ୍ଵାରା ମାଗଣାରେ ଚକ୍ଷୁ ପରୀକ୍ଷା ଏବଂ ମୋତିଆ ବିନ୍ଦୁ ଚିକିତ୍ସା କରାଯିବ। ଏହା ବ୍ୟତୀତ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। କଟକ ଡି ସି ପି ଶ୍ରୀ ପିନାକ ମିଶ୍ର ସ୍ବାସ୍ଥ୍ୟ ପରୀକ୍ଷା ଶିବିରକୁ ଉଦ୍ଘାଟନ କରିବେ। ସନ୍ଧ୍ୟାରେ କଲିକତାର ବିଶିଷ୍ଟ ଶିଳ୍ପୀ ମାନେ ଭଜନ ପରିବେଷଣ କରିବେ। ନଭେମ୍ବର ୧ ତାରିଖ ମଙ୍ଗଳ ବାର ଦିନ ସକାଳୁ ଗୋ ପୂଜା ଏବଂ ମେଳାର ଶୁଭା ଆରମ୍ଭ ହେବ। ବିଭିନ୍ନ ମନୋରଞ୍ଜନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସନ୍ଧ୍ୟାରେ ମେୟର ସୁବାସ ସିଂ, ବିଧାୟକ ସୌଭିକ୍ ବିଶ୍ଵାଳ,ନନ୍ଦ କିଶୋର ତିବେରୀ ୱାଲ୍ ଏବଂ ବିଶ୍ଵନାଥ ଚୌଧୁରୀ ଅତିଥି ଭାବରେ ଯୋଗ ଦେଇ ଗୋପାଷ୍ଟମୀ ସମାରୋହ ସଭାକୁ ଉଦ୍ଘାଟନ କରିବେ। ସାମ୍ବାଦିକ ସମ୍ମିଳନୀରେ ମେଳାର ସଂଯୋଜକ ମନମୋହନ ପୋଦାର ଏବଂ ସଞ୍ଜୟ ସନ୍ତୁକା,ଅରୁଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *