ସରକାରୀ ଶିକ୍ଷକ ସଂଘର କର୍ମକର୍ତ୍ତା ନିର୍ବାଚନ

Spread the love

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଳକ ର କୁତ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଫୁଲିନ୍ଦ୍ରଦେଉରିଆ ସଭାପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ବେଳେ, ବିନ୍ଦୁ ବନିତାକୁଲୁ ଏବଂ ବିକାଶ ସାହୁ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ଚିତ୍ତରଞ୍ଜନ ସାହୁ ସମ୍ପାଦକ, ଜନ୍ମେଜୟ କେରକେଟା ଓ ରୁମଲାଲ ଡୁଙ୍ଗ୍ ଡୁଙ୍ଗ ଯୁଗ୍ମ ସମ୍ପାଦକ ସମିର ରଣା କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ଶିକ୍ଷକ ସଂଘର ଜିଲ୍ଲା ଆବାହକ ପ୍ରଣବ ବରୁଆ ଏବଂ ଜିଲ୍ଲା ବ୍ଳକ ପ୍ରତିନିଧି ଶଙ୍କର ନିଖଣ୍ଡିଆ ଶୁଭେଚ୍ଛା ଜଣାଇଥିଲେ। ସଚିଦାନନ୍ଦ କାକ,ସରୋଜ ସରା, ରଶ୍ମି ବାର୍ଲା, ବୈଦ୍ୟନାଥ ଜୟପୁରିଆଙ୍କ ସହିତ ଶତାଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ନିର୍ବାଚନ ରେ ଅଂଶ ଗ୍ରହଣ କରିଥିଲେ।କରୋନା ମହାମାରୀ ସମୟରେ ଦୁଇ ବର୍ଷ କାଳ ଛାତ୍ର ଛାତ୍ରୀ ମାନଙ୍କ ପାଠପଢ଼ାରେ ଘୋରକ୍ଷତି ହୋଇଥିଲା , ସେହି କ୍ଷତିକୁ କିପରି ପୂରଣକରିବେ ଏବଂ ଉତ୍ତମ ଶିକ୍ଷାଦାନ କରିବେ ସେବିଷୟରେ ଆଲୋଚନା ମଧ୍ୟ କରାଯାଇଥିଲା। (ସୁନ୍ଦରଗଡ଼ ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ ନାଗରାଜ ନିଉଜ)

Leave a Reply

Your email address will not be published. Required fields are marked *