ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଫୋଟୋ ଗ୍ୟାଲେରୀର ଶୁଭ ଉଦ୍ଘାଟନ

Spread the love

କଟକ,(ନାଗରାଜ ନ୍ୟୁଜ): କଟକର ଏକ ପୁରାତନ ସରକାରୀ ତଥା ନେତାଜୀ ସୁବାସ ଚନ୍ଦ୍ର ବୋଷ ଅଧ୍ୟୟନ କରୁଥିବା ରେଭେନ୍ସା କଲିଜିଏଟ୍ ସ୍କୁଲ ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ନେତାଜୀଙ୍କ ଫୋଟୋ ଗ୍ୟାଲେରୀ ର ଶୁଭ ଉଦ୍ଘାଟନ ଏବଂ ରେଭେନ୍ସା କଲିଜିଏଟେ ଏକ ମଡେଲ ସ୍କୁଲ ପ୍ରାମାଣିକ ଚିତ୍ର ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି। ନେତାଜୀ ସୁବାସ ବୋଷ ଙ୍କ ଜୀବନୀ ଏବଂ ବିଦ୍ୟାଳୟକୁ ନେଇ ଏହି ପ୍ରାମାଣିକ ଚିତ୍ର ପ୍ରସ୍ତୁତ କରାଯାଇଛି । ଓଡ଼ିଶା ହାଇକୋର୍ଟ ର ମୁଖ୍ୟ ବିଚାର ପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ଏହି ଫୋଟୋ ଗ୍ୟାଲେରୀ ଉଦଘାଟନ ଏବଂ ପ୍ରାମାଣିକ ଚିତ୍ର କୁ ଲୋକାର୍ପଣ କରିଛନ୍ତି । ହାଇକୋର୍ଟ ର ବିଚାରପତି ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ସଡଙ୍ଗ ଏବଂ ପ୍ରାକ୍ତନ ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ର ଏହି କାର୍ଯ୍ୟ କ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ।ଜଷ୍ଟିସ ମୁରଲୀ ଧର ଜଷ୍ଟିସ ଷଡ଼ଙ୍ଗୀ ଏବଂ ମହାପାତ୍ର ନେତାଜୀ ଫୋଟୋ ଗ୍ୟାଲେରୀ ଉଦଘାଟନ କରି କହିଲେ ଏହି ସ୍କୁଲ ରେ ନେତାଜୀ ସୁବାସ ଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଏଠାରେ ଅଧ୍ୟୟନ କରିଥିବାରୁ ଏହି ସ୍କୁଲ ନିଜକୁ ଗର୍ବ ଗୌରବ ଅନୁଭବ କରୁଛି ।

ସେହିଭଳି ନେତାଜୀ ସୁବାସ ଚନ୍ଦ୍ର ବୋଷ କଟକ ମାଟିରେ ଜନ୍ମ ହୋଇଥିବାରୁ କଟକ ମାଟି ଗର୍ବ ଅନୁଭବ କରିଥାଏ । ନେତାଜୀଙ୍କ ଫୋଟୋ ଗ୍ୟାଲେରୀ ଏବଂ ପ୍ରାମାଣିକ ଚିତ୍ର ଛାତ୍ର ଛାତ୍ରୀ ଓ ଯୁବ ପୀଢ଼ି ମାନଙ୍କୁ ନେତାଜୀଙ୍କ ଆଦର୍ଶ ନୀତି ସମ୍ପର୍କ ରେ ନିଶ୍ଚିତ ଭାବରେ ପ୍ରୋତ୍ସାହ ନ ଯୋଗାଇବ। ରେଭେନ୍ସା କାଲିଜିଏଟ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡକ୍ଟର ଅନୁସ୍ମିତା ସ୍ଵାଇଁ କାର୍ଯ୍ୟ କ୍ରମରେ ସଭାପତିତ୍ବ କରି ସ୍ଵାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ଶିକ୍ଷକ ବିଶ୍ଵନାଥ ମିଶ୍ର ଙ୍କର ନିର୍ଦ୍ଦେଶନାରେ ଛତ୍ର ଛାତ୍ରୀ ମାନେ ଦେଶାତ୍ମକ ସଙ୍ଗୀତ ପରିବେଷଣ କରିଥିଲେ । ଶ୍ରୀମତୀ ମିଲନ ଦାସ, ହରିହର ସେନ ଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ଯ କ୍ରମରେ ଜଷ୍ଟିସ ଆଦିତ୍ୟ ପ୍ରସାଦ ମହାପାତ୍ର, ଜିଲ୍ଲା ପାଳ ଭବାନୀ ଶଙ୍କର ଚଇନି, ଜଷ୍ଟିସ ମନୋରଞ୍ଜନ ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତି ଥିଲେ।ଶେଷରେ କଲିଜିଏଟ ସ୍କୁଲ ଏକ ଆଦର୍ଶ ସ୍କୁଲ ଭାବରେ ପ୍ରାମାଣିକ ଚିତ୍ର ର ଲୋକାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *