ବ୍ଳାଷ୍ଟିଙ୍ଗ ଡେମୋ ଦେଖାଇଲେ GSW କମ୍ପାନୀ କର୍ତ୍ତୁପକ୍ଷ

Spread the love

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା ର କୁତ୍ରା ଥାନା ଅଧୀନରେ ଥିବା ଖତକୁରବାହାଲ GSWଖଣିରେ ଆଜି କମ୍ପାନୀ କର୍ତ୍ତୁପକ୍ଷ ଦ୍ଵାରା ବ୍ଳାଷ୍ଟିଙ୍ଗ ଡେମୋ କରାଯାଇଥିଲା । ବ୍ଳାଷ୍ଟିଙ୍ଗ ଯୋଗୁଁ ଗ୍ରାମବାସୀ ଆତଙ୍କିତ ହୋଇ କମ୍ପାନୀ ବିରୋଧରେ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଯାହାଫଳରେ ପ୍ରଶାସନ କମ୍ପାନୀ କର୍ତ୍ତୁପକ୍ଷଙ୍କୁ ନୋଟିସ ଜାରି କରିଥିଲେ। ହେଲେ କମ୍ପାନୀ ବ୍ଳାଷ୍ଟିଙ୍ଗ ଯୋଗୁଁ ଗ୍ରାମବାସୀ ଙ୍କ କୈାଣସି କ୍ଷୟକ୍ଷତି ହେଉନଥିବା କହି ପ୍ରଶାସନ ଏବଂ ଗ୍ରାମବାସୀମାନଙ୍କ ଉପସ୍ଥିତି ରେ ଆଜି ବ୍ଳାଷ୍ଟିଙ୍ଗ ଡେମୋ ଦେଖାଇଥିଲେ । ବ୍ଳାଷ୍ଟିଙ୍ଗରୁ ଜଣାପଡ଼ିଛିଯେ, ଏଥିରେ ଗ୍ରାମବାସୀ ଙ୍କ କୈାଣସି କ୍ଷୟକ୍ଷତି ହୋଇନାହିଁ ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *