କଟକ, (ନାଗରାଜ ନ୍ୟୁଜ): କଟକ ପୁରିଘାଟ ଥାନା ଅନ୍ତର୍ଗତ ଗଣେଷଘାଟ ଘାଟ ଗଡାରେ ମିଳିଲା ଅର୍ଦ୍ଧଦଗ୍ଧ ଅଜଣା ମୃତଦେହ । ଜଣେ ବ୍ୟକ୍ତିଙ୍କୁ କେହି ହତ୍ୟା ପରେ ଜାଳିବାକୁ ଚେଷ୍ଟା କରୁଥିବା ବେଳେ ମୃତ ଦେହ ଅଧା ପୋଡ଼ା ହୋଇ ନଦୀ ବାଲିରେ ଅଧା ପୋତି ହୋଇ ରହିଥିଲା । ଏହି ଦୃଶ୍ୟ ସ୍ଥାନୀୟ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୁରିଘାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏହାପରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି । ଘଟଣା ସ୍ଥଳରେ କଟକ ଡ଼ିସିପି ପ୍ରତୀକ ଗୀତା ସିଂ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଘଟଣାଟି କିପରି ଘଟିଛି ଓ ମୃତ ବ୍ୟକ୍ତି କିଏ ତାହାର ଅନୁସନ୍ଧାନ ଜାରି ରହିଥିବା କଥା କହିଛନ୍ତି ଡ଼ିସିପି । ଅନ୍ୟପଟେ ଘଟଣା ଘଟିଥିବା ସ୍ଥାନରେ ଏକ ସାଇକେଲ ମିଳିଛି ଯାହା ଘଟଣା କୁ ଅଧିକ ରହସ୍ୟମୟ କରୁଛି। ଆଗମୀ ସମୟରେ ପୋଲିସ ତଦନ୍ତ ପରେ ଘଟଣା ଉପରୁ ପର୍ଦା ଉଠିବ ।