ଗାଡି ଚାଳକଙ୍କ ପାଇଁ ଖୁସୀର ଖବର,ଇ-ଡିଜିଟାଳ ଅପ ଅଛିତ କାଗଜପତ୍ର ଆବଶ୍ୟକ ନାହିଁ,ଆଜିଠୁ ନୂଆ ଆଇନ୍‌ ଲାଗୁ

Spread the love

ନୂଆଦିଲ୍ଲୀ: ଗାଡି ଚାଳକଙ୍କ ପାଇଁ ଖୁସିର ଖବର, ଏଣିକି ଗାଡି ଚଳାଇବା ବେଳେ ଆଉ ସାଙ୍ଗରେ ଡ୍ରାଇଭିଂ ଆଜିଠାରୁ ଅର୍ଥାତ୍‌ ଅକ୍ଟୋବର ୧ ତାରିଖ ଠାରୁ ସମଗ୍ର ଦେଶରେ ନୂଆ ମୋଟର ଯାନ ଆଇନ ଲାଗୁ କରାଯାଇଛି। ଏହି ନୂତନ ଆଇନ୍‌ ବା ନିୟମ ଅନୁଯାୟୀ ଗାଡି ଚଳାଇବା ବେଳେ ଆଉ ସାଙ୍ଗରେ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌) କିମ୍ବା ରେଜିଷ୍ଟ୍ରସନ ବହି (ଆରସି ବୁକ୍‌), ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ ପରି ଅନ୍ୟ କାଗଜ ପତ୍ରକୁ ଧରି ଯାତ୍ରା କରିବାର ଆବଶ୍ୟକ ପଡିବ ନାହିଁ। ଯଦି ଗାଡି ଚାଳ ନିଜ ମୋବାଇଲରେ ଡିଜି ଲକ୍‌ ଆପ୍‌ ଏବଂ ଏମ୍‌ ପରିବହନ ଆପ୍‌ ରଖିଛନ୍ତି ତେବେ ଯାଞ୍ଚ ବେଳେ ସେଥିରୁ ସମସ୍ତ ତଥ୍ୟ ମିଳିଯିବ । ଏଥିପାଇଁ ସେମାନଙ୍କ ଉପରେ ଆଉ କୌଣସି ଜରିମାନା ଲାଗିବ ନାହିଁ। ଏହି ଦୁଇଟି ଆପ୍‌ରେ ଆପଣ ନିଜ ଡ୍ରାଭିଂ ଲାଇସେଂସ୍  ବା ଡିଏଲ୍‌, ଗାଡି ଇନସ୍ୟୁରାନ୍‌ସ, ପ୍ରଦୂଷଣ ସଂକ୍ରାନ୍ତୀୟ କାଗଜପତ୍ର ରଖିପାରିବେ। ଚେକିଂ ସମୟରେ ଗାଡ଼ି କାଗଜ ପତ୍ରର ହାର୍ଡ କପି ବଦଳରେ ଏଣିକି ଡିଜିଟାଲ କପି ଦେଖାଲେ ତାହା ବୈଧ ବୋଲି ଧରାଯିବ ବୋଲି ଏହି ନୂତନ ଆଇନରେ ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *