ଆଜି ତା ୨୮/୧/୨୦୨୩ ରିଖ ଦିବା ୧୦ ଘଟିକା ରେ ଆମ୍ ଆଦମୀ ପାର୍ଟିର କଟକ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ ଖାନ ନଗର ସ୍ଥିତ ଚନ୍ଦନ ପଡିଆ ଠାରେ ଶୁଭ ଉଦଘାଟନ ହୋଇ ଯାଇଅଛି । କଟକ ଜିଲ୍ଲାର ଜିଲ୍ଲା ସଭାପତି ଏବଂ ମହିଳା ସଭା ନେତ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ର ଙ୍କ ନେତୃତ୍ୱ ରେ ଏକ ବିଶାଳ ମୋଟର ସାଇକେଲ ଶୋଭଯାତ୍ରା ମାଧ୍ୟମ ରେ ଜିଲ୍ଲା ର ଶତାଧିକ କର୍ମୀ ଦିଲ୍ଲୀ ନେତୃତ୍ୱ ତଥା ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂ କ।ର୍ଡିଆନ ଏବଂ ଓଡ଼ିଶା ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ରଙ୍କୁ କଟକ ର ବିଭିନ୍ନ ଛକ ରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ର ବିଭିନ୍ନ ଜିଲ୍ଲା ର ଜିଲ୍ଲା ସଭାପତି ଓ ଜିଲ୍ଲା ର ସମସ୍ତ ବ୍ଲକ୍ ସଭାପତି ମାନେ ମଧ୍ୟ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଆମ୍ ଆଦମୀ ର ମିଶନ କିଭଳି ସାରା ଜିଲ୍ଲା ରେ ତୀବ୍ରତର ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।ଏଥି ସହିତ ଜିଲ୍ଲା ରେ ସଂଗଠନ କୁ ସୁଦୃଢ କରିବା ପାଇଁ କିଛି କର୍ମକର୍ତ୍ତା ଚୟନ କରା ଯାଇଥିଲା ଯଥା ନଗର ସଭାପତି ଭାବେ ଆଶୁତୋଷ ପରିଡା , କଟକ ଚୌଦ୍ଵାର ସମ୍ପାଦକ ଭାବେ ସଞ୍ଜୀବ ପରିଡା ଓ କଟକ ଚୌଦ୍ଵାର ଉପସଭାପତି ଭାବେ ତ୍ରିଲୋଚନ ମଲ୍ଲିକ ଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମ ଟି କଟକ ଜିଲ୍ଲା ର ସମସ୍ତ ସଂଗ୍ରାମୀ ସାଥୀ ମାନଙ୍କ ସହଯୋଗରେ ସଫଳ ହୋଇଥିଲା ।
