ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଯୁବ ନେତା ଇଂ ରାଜେଶ ମୋହାକୁଡ କଂ ତତ୍ତ୍ଵାବଧାନରେ ଖଇରା ବ୍ଲକ ଅନ୍ତର୍ଗତ ୫ ନଂ ଜୋନ ର ବିଭିନ୍ନ ପଞ୍ଚାୟତ ରେ ରକ୍ଷାବନ୍ଧନ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ଯୁବ ନେତା ଇଂ ରାଜେଶ ମୋହାକୁଡ, ମଣ୍ଡଳ ସଭାପତି ମହେଶ୍ବର ନଥ୍, ସମ୍ପାଦକ ଲକ୍ଷ୍ମୀକାନ୍ତ ସାହୁ, କୁରୁଣ୍ଟା ସରପଞ୍ଚ. ରଘୁନାଥ ଜେନା, ସମିତି ସଭ୍ଯl କମଳୀନୀ ମାଝୀ, ଡାଗରପଡ଼l ପଞ୍ଚାୟତ ସମିତି ସଭ୍ୟ ବିମ୍ବାଧର ଦଲାଇ, ଅଚ୍ୟୁତପୁର୍ ସରପଞ୍ଚ ଅହଲ୍ୟା ପାତ୍ର, ସମିତି ସଭ୍ଯl ସସ୍ମିତା ପଣ୍ଡା, ନନ୍ଦୁରୁ ପଞ୍ଚାୟତ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ପ୍ରସାଦ ନାୟକ, ଗଗନଧୂଳି ପଞ୍ଚାୟତ ବରିଷ୍ଠ ନେତା ଦାମୋଦର ଦାସ ଉପସ୍ଥିତ ରହି ଡଗରପଡ଼ା ପଞ୍ଚାୟତ ର ବିବେକ ଭାରତୀ ସେବାଶ୍ରମ ରେ ପିଲାମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ, ଖାତା, ପେନ୍ ଓ ଜାତୀୟ ପତାକା ବଣ୍ଟନ କରାଯାଇଥିଲା ଏଥି ସହିତ ପିଲା ମାନଙ୍କ ସହିତ ପ୍ରୀତି ଭୋଜନ କରିଥିଲେ ଏହାପରେ ଅଛିତପୁର୍ ପଞ୍ଚାୟତ, ନନ୍ଦୁରୁ ପଞ୍ଚାୟତ, କୁରୁଣ୍ଟI ପଞ୍ଚାୟତ, ଗଗନଧୂଳି ପଞ୍ଚାୟତ ରେ ରକ୍ଷାବନ୍ଧନ କରିବା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ରେ ଲୋକ ମାନଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବା ସହିତ ତ୍ରିରଙ୍ଗା ଯାତ୍ରା କରାଯାଇଥିଲା. ଏହି କାର୍ଯ୍ୟକ୍ରମ ରେ ସମସ୍ତ ସ୍ଥାନୀୟ ନେତୃମଣ୍ଡଳୀ ଉପସ୍ଥିତ ରହି ସହଯୋଗ କରିଥିଲେ. ଶେଷରେ ଇଂ. ରାଜେଶ ମୋହାକୁଡ ଧନ୍ୟବଦ୍ ଦେଇ ଆସନ୍ତା କାଲି ୧୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା କୁରୁଣ୍ଟI ପଞ୍ଚାୟତ ର ରକ୍ତ ଦାନ ଶିବିର ର ପ୍ରସ୍ତୁତି ବୈଠକ କରି ସମସ୍ତଙ୍କୁ କୁରୁଣ୍ଟI ପଞ୍ଚାୟତ ର କଲିଆ ପଡ଼ିଆ ରେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ .
ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ