ଏସ୍‌ସିବିରେ ଫ୍ୟାନ ଖସିପଡ଼ିବାରୁ ବୃଦ୍ଧା ମୃତ

Spread the love

କଟକ: ନିଆଁରେ ପୋଡି ହୋଇ ଗୁରୁତର ହୋଇଥିବା ଜଣେ ବୃଦ୍ଧାଙ୍କ ପ୍ରାଣ ବଞ୍ଚାଇବା ପାଇଁ ପରିବାର ଲୋକ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ବିଧିର ବିଡମ୍ବନା   ଚିକିତ୍ସାଧୀନ ଅବସ୍ଥାରେ ରୋଗୀ ସଯ୍ୟାରେ ପଡିଥିବା ବୃଦ୍ଧାଙ୍କ ଉପରେ ଫ୍ୟାନ ଖସି ପଡିବାରୁ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି  କଟକ ବଡ଼ମେଡିକାଲରେ।

ସୂଚନାଯୋଗ୍ୟ ମୃତ ବୃଦ୍ଧା ଯାଜପୁର ଜିଲ୍ଲା କୃଷ୍ଣନଗର ଗ୍ରାମର ପାର୍ବତୀ ଦାଶ(୭୮) ଘରେ ପୂଜା କରୁଥିବା ସମୟରେ ଦୀପରୁ ନିଆଁ ଲାଗି ଅଗ୍ନିକାଣ୍ତ ଘଟିଥିଲା। ମାର୍ଚ୍ଚ ୫ ତାରିଖରେ ତାଙ୍କୁ ଏସ୍‌ସିବି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେ ସର୍ଜରୀ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସିତ ହେଉଥିଲେ। ଗତ ସୋମାବର ଅର୍ଥାତ ଚଳିତ ମାସ ୮ ତାରିଖରେ ତାଙ୍କ ଉପରେ ଫ୍ୟାନ୍ ଖସି ପଡି ଗୁରୁତର ହୋଇଥିଲେ। ବୃଦ୍ଧାଙ୍କୁ ଡାକ୍ତରଖାନା ପକ୍ଷରୁ ତାଙ୍କୁ ଏସ୍‌ସିବି ଟ୍ରମା ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ କ୍ଷୋଭ ପ୍ରକାଶ କରିବା ସହିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *