ପବିତ୍ର ଗିରି ଗୋବର୍ଦ୍ଧନ ପୂଜା

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଆଜି ପବିତ୍ର ଗିରିଗୋବର୍ଦ୍ଧନ ପୂଜା। ଦୀର୍ଘ ଦୁଇବର୍ଷ ବ୍ୟବଧାନ ପରେ କଟକ ସହରର ବିଭିନ୍ନ ସ୍ଥାନରେ ଗିରିଗୋବର୍ଦ୍ଧନ ପୂଜା କରାଯାଇଛି। ବିଶେଷ କରି ବିହାରୀ ସମ୍ପ୍ରଦାୟ ପକ୍ଷରୁ ଏହି ପୂଜାକୁ ଅତି ନିଷ୍ଠାର ସହ ପାଳନ କରାଯାଇଥାଏ। କଟକ ମେହେନ୍ଦୀପିର ସ୍ଥିତ ଏକ ବସ୍ତି ଅଞ୍ଚଳରେ ବିହାରୀ ସଂପ୍ରଦାୟର ମହିଳାମାନେ ଅତି ନିଷ୍ଠାର ସହ ପ୍ରକୃତିକ ବିପର୍ଯୟରୁ ରକ୍ଷା ଏବଂ ନିଜ ନିଜ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରି ପୂଜା ଅର୍ଚ୍ଚନା କରିଥିଲେ। ସାଧାରଣତଃ ନଡିଆ ଓ ଅର୍ଘ୍ୟ ପ୍ରଦାନ କରାଯାଇ ଏହି ପୂଜା କରାଯାଏ। ଆଜି କଟକ ସହରର କେତେକ ବସ୍ତି ଅଞ୍ଚଳରେ ଶହ ଶହ ମହିଳା ଗିରିଗୋବର୍ଦ୍ଧନ ପାହାଡକୁ ପୂଜାର୍ଚ୍ଚନା କରିଛନ୍ତି। ପୁରାଣରେ ବର୍ଣ୍ଣିତ ଅଛି ସ୍ଵୟଂ ଭଗବାନ ମାନବ ଜାତିକୁ ରକ୍ଷା କରିବା ପାଇଁ ଓ ଜଗତର କଲ୍ୟାଣ ପାଇଁ ଗିରିଗୋବର୍ଦ୍ଧନ ପର୍ବତ ଧାରଣ କରିଥିଲେ। ଏହି ପୌରାଣିକ ତଥ୍ୟକୁ ଭିତ୍ତି କରି ଗିରିଗୋବର୍ଦ୍ଧନ ପୂଜା ପାଳନ କରାଯାଉଛି। କାର୍ତ୍ତିକ ମାସ ଅମାବାସ୍ୟା ପ୍ରତିପଦ ତିଥିରେ ଏହି ପୂଜା କରାଯାଏ। ମାତ୍ର ଚଳିତ ବର୍ଷ ସୂର୍ଯ୍ୟପରାଗ ଯୋଗୁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଯାଇଛି। ଆଜି ଦୁଇଦିନ ପରେ ଗିରିଗୋବର୍ଦ୍ଧନ ପୂଜା କରାଯାଇଛି। କଟକ ସହରର କେତେକ ସ୍ଥାନରେ ବୃକ୍ଷଲତା ଏବଂ ପ୍ରକୃତିର ପୂଜା କରାଯାଇଛି। ବିହାରୀ ସଂପ୍ରଦାୟର ମହିଳାମାନେ ଓଷା ବ୍ରତ ରଖି ପୂଜାର୍ଚ୍ଚନା କରିଛନ୍ତି। କଥିତ ଅଛି ଛଟ ପୂଜାର ଚାରିଦିନ ପୂର୍ବରୁ ପ୍ରଥମେ ଗିରିଗୋବର୍ଦ୍ଧନ ପୂଜା କରାଯାଏ। ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟର ବସ୍ତି ଗୁଡିକ ଆଜି ପୂଜାପାଇଁ ଚଳଚଞ୍ଚଳ ହୋଇଉଠିଛି।

Leave a Reply

Your email address will not be published. Required fields are marked *