ସୁଶାନ୍ତଙ୍କ ମୃତ୍ଯୁ ବାର୍ଷିକୀରେ ଅଙ୍କିତାଙ୍କ ଘରେ ହୋମ

Spread the love

ମୁମ୍ବାଇ : ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରୁଛି ବର୍ଷୈ । ଆଜି ସୁଶାନ୍ତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ତାଙ୍କ ଘରେ ହୋମ କରିଛନ୍ତି । ଅଙ୍କିତା ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯେଉଁଥିରେ ହୋମର ଏକ ଝଲକ ଦେଖିବାକୁ ମିଳିଛି। ଭିଡିଓରେ, ହୋମ କୁଣ୍ଡରେ ପବିତ୍ର ଅଗ୍ନି ଦେଖିବାକୁ ମିଳିଛି । ଏଥିସହିତ ଅଙ୍କିତା ମଧ୍ୟ ସୁଶାନ୍ତଙ୍କ ନାମରେ ଏକ ଦୀପ ଜାଳି ଦେଇଛନ୍ତି। ଏହି ଅଭିନେତ୍ରୀ କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରୁ ବିରତି ନେଇଥିଲେ। କିନ୍ତୁ ଆଜି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ପ୍ରତ୍ୟାବର୍ତ୍ତନ କରି ନୂଆ ଫଟୋ ସେୟାର କରିଛନ୍ତି।

ସୁଶାନ୍ତଙ୍କ ପ୍ରଶଂସକଙ୍କ ପାଇଁ ଆଜିର ଦିନଟି ଦୁର୍ଭାଗ୍ୟଜନକ । ପ୍ରଶଂସକମାନେ କହିଛନ୍ତିଯେ, ସୁଶାନ୍ତ ସିଂ ରାଜପୁତ ଆଜି ଆମ ସହିତ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି ଏବେବି ଆମ ହୃଦୟରେ ଅଛି । ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କ ନାମରେ ହ୍ୟାସଟ୍ୟାଗ ସକାଳୁ ହିଁ ଟ୍ରେଣ୍ଡ କରୁଛି । ପ୍ରଶଂସକଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟ୍ ପର୍ଯ୍ୟନ୍ତ ସେ ତାଙ୍କର ପ୍ରଥମ ମୃତ୍ୟୁ ବାର୍ଷିକୀରେ ତାଙ୍କୁ ମନେ ପକାଉଛନ୍ତି। ଏହି ସମୟରେ ଅଭିନେତାଙ୍କ ଆତ୍ମାର ଶାନ୍ତି ପାଇଁ ଅଙ୍କିତା ଲୋଖଣ୍ଡେ ତାଙ୍କ ଘରେ ହୋମ କରିଛନ୍ତି।

Leave a Reply

Your email address will not be published. Required fields are marked *