ପାଟଣାଗଡ଼ରେ ହନୁମାନ ଜୟନ୍ତୀ ଉପଲକ୍ଷେ ବଜରଙ୍ଗ ଦଳର ବିଶାଳ ଶୋଭାଯାତ୍ରା

Spread the love

ପାଟଣାଗଡ଼, (ନାଗରାଜ ନ୍ୟୁଜ): ପାଟଣାଗଡ଼ ଆଜି ହେଉଛି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବା ମହାବିଶୁବ ଓ ପଣାସଂକ୍ରାନ୍ତି । ଏହି ମହା ବିଶୁବ ସଂକ୍ରାନ୍ତିକୁ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ଜନଦିନ ବା ଶ୍ରୀରାମ ନବମୀ ବୋଲି କୁହାଯାଇଥାଏ ବା ପାଳନ କରାଯାଇଥାଏ । ଏହି ଦିନ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଓ ତାଙ୍କର ପରମ ଭକ୍ତ ପବନ ପୁତ୍ର ବଜରଂଗବାଲୀ ପ୍ରଭୁ ହନୁମାନଙ୍କ ମନ୍ଦିରରେ ହିନ୍ଦୁ ଧର୍ମର ସମସ୍ତ ବ୍ୟକ୍ତିମାନେ ଯଥା ବିଧି ରୀତିନୀତି ଅନୁସାରେ ପୂଜ୍ଜା ଅର୍ଚ୍ଚନା କରିଥାନ୍ତି । ବୀର ହନୁମାନଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ଏକ ଭବ୍ୟ ସୁସଜ୍ଜିତ ମହାପ୍ରଭୁ ରାମଚନ୍ଦ୍ରଙ୍କ ରଥ ସହ ଡିଜେ ବାଜାର ତାଳେତାଳେ ନାଚିନାଚି ଜୟ ଶ୍ରୀରାମ, ଜୟ ହନୁମାନ ଧ୍ୱନି ଦେଇ ଆଜି ପାଟଣାଗଡ଼ ବଜରଂଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ବାଇକ୍ ରାଲିରେ ପାଟଣାଗଡ଼ ବ୍ରହ୍ମପୁରା ସ୍ଥିତ ବଳଦେବ ଜୀଉ ମନ୍ଦିର ପ୍ରାଙ୍ଗଣରୁ ବାହାରି ଆରଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ ସାରି ପାଟଣାଗଡ଼ ସହର ସମେତ ଉପଖଣ୍ଡର କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ବୀର ବଜରଂଗୀ କର୍ମୀ ମାନେ ଦର୍ଶନ କରି ପୁଣି ସହର ଅଭିମୂଖେ ଏକ ଶୋଭାଯାତ୍ରାରେ ବାହାରି ହାଟପଦା ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚିଥିଲେ । ଏହି ବିଶାଳ ହିନ୍ଦୁ ରାଲିରେ ପ୍ରାୟ ଏକ ହଜାରରୁ ଅଧିକ ବଜରଂଗୀ ଭାଇମାନେ ସାମିଲ ହୋଇଥିଲେ ଏବଂ ସହର ପରିକ୍ରମା ମଧ୍ୟ କରିଥିଲେ । ଏହି ରାଲି ବ୍ଲକ ଛକ, କଚେରି ଛକ, ଧୁମାଭଟା ଛକ, ରାମଜୀ ଛକ, ଦେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇଥିଲେ । ପୁରଣା ବସଷ୍ଟାଣ୍ଡଠାରେ ପହଞ୍ଚି ସେଠାରେ ହଜାର ହଜାର ସମର୍ଥକ ଓ ଭକ୍ତ ବା ଦର୍ଶକ ମାନଙ୍କ ନିକଟରୁ ପାନୀୟ ଦହି ସର୍ବତ ପିଇ ପୁଣି ଶାନ୍ତି ଶୃଙ୍ଖଳାର ସହିତ ପାଟଣାଗଡ଼ ବଷ୍ଟାଣ୍ଡଠାରେ ରାଲି ପହଞ୍ଚିଥିଲା । ବଳଦେବ ଜୀଉ ମନ୍ଦିର ଓ ବସ୍ ଷ୍ଟାଣ୍ଡ ହନୁମାନ ମନ୍ଦିର ପ୍ରାଙ୍ଗଣରେ ସାମୁହିକ ହନୁମାନ ଚାଳିଶା ପଠନ ସହ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।

ଏହି ବିଶାଳ ରେଲି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ସାଂସଦ ସଂଗୀତାକୁମାରୀ ସିଂଦେଓ ଓ ବିଜେପି ନେତା ବଲରାମ ସିଂ ଯାଦବଙ୍କ ସମେତ ଅନ୍ୟ ଦଳର କର୍ମକର୍ତ୍ତା ସଦସ୍ୟ ସାମିଲ ହୋଇଥିଲେ । ପାଟଣାଗଡ଼ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ମଧ୍ୟ ପଞ୍ଚମୁଖୀ ହନୁମାନ ମନ୍ଦିରକୁ ପହଞ୍ଚି ବଜରଙ୍ଗୀ ଦଳଙ୍କ ସହ ସାମିଲ ହେବା ସହ ଉତ୍ସାହିତ କରିଥିଲେ ପଞ୍ଚମୁଖୀ ହନୁମାନ ମନ୍ଦିର କୁ ଯାଇ ବଜରଙ୍ଗ ବଳୀ କୁ ଦର୍ଶନ କରିଥିଲେ । ନେତୃତ୍ବ ନେଇଥିଲେ ବିଶ୍ୱ ହିନ୍ଦୁ ପରିଷଦର ସଭାପତି ବାଦଳ ମିଶ୍ର, ଅଜିତ ଭାଟି, ଗିରିଧାରୀ ଭୋଇ, ମନୋରଞ୍ଜନ ସେଠ, ସନ୍ତୋଷ ମେହେର, ସତ୍ୟନାରାୟଣ ଭୋଇ, ଲକ୍ଷ୍ମଣ ବୁଡେକ , ସମରେନ୍ଦ୍ର ଦାସ, ଧିରେନ ସେଠ, ଅଜିତ ଅଗ୍ରୱାଲ, ଶମ୍ଭୁ ମେହେର, ପ୍ରତାପ ସିଂ ବୁଡେକ, ରିଲୁ ପଣ୍ଡା, ରଞ୍ଜନ ସିଂ ବଡେକ, ପୃଥିରାଜ ରାଉତ, ଶିବୁନ ବଡ଼ ପଣ୍ଡା, କିଶୋର ତମୁନିଆ, ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବା ବେଳେ ସହସ୍ରାଧିକ ବଜରଙ୍ଗ ଦଳ କର୍ମୀମାନେ ସାମିଲ ହୋଇଥିଲେ । ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନା ଅଧିକାରୀ ଅନନ୍ତ ପ୍ରଧାନ ପ୍ରମୁଖ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଦାୟିତ୍ୱ ଶାନ୍ତି ଶୃଙ୍ଖଳାର ସହିତ ସମ୍ପର୍ଣ୍ଣ କରିବାରେ ସାହାଯ୍ୟ ସହଯୋଗ କରିଥିଲା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଇଁ ପ୍ରାୟ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ପଞ୍ଚମୁଖୀ ହନୁମାନ ମନ୍ଦିରରେ ସମସ୍ତଙ୍କ ପାଇଁ ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା ।

ବଲାଙ୍ଗୀରରୁ ଦୁର୍ଯ୍ୟୋଧନ ବର୍ଗେଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *