ମାନିଗାଁରେ ବିଶାଳ ଆଦିବାସୀ ସମ୍ମିଳନୀ

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ଟିଟିଲାଗଡ଼ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ମାନିଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ବିଶାଳ ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭା ପୂର୍ବରୁ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ପାରମ୍ପାରିକ ଡକା ବାଦ୍ୟ ନୃତ୍ୟ ଗୀତ ସହିତ ଆଦିବାସୀମାନେ ମୁଖ୍ୟ ଅତିଥି ବିଶ୍ୱାବସୁ ଶବର ରାଜା, ଶବରକୁଳ ଶିରୋମଣି ,ବିଶ୍ୱାବସୁ ଙ୍କ ବଂଶଜ ଶ୍ରୀ ଶ୍ରୀ ଟିକି ବାବା, ମହାସିଦ୍ଧ ନୀଳ ପଦ୍ମ ଆଶ୍ରମ ଭାଲୁଙ୍କା, ମହାସିଦ୍ଧ ପରମପୁ ଜ୍ୟ ଗୁରୁଜୀ ଶ୍ରୀ ଟିକି ବାବାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଗ୍ରାମର ପ୍ରତି ଘରେ ଗୁରୁଜୀଙ୍କ ପାଦ ବନ୍ଦନା ପୂଜାର୍ଚନା କରିଥିଲେ । ପରେ ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ସଂଘର ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ସଭାରେ ମୁଖ୍ୟ ଅତିଥି ଭାବରେ ସର୍ବଧର୍ମ ସମନ୍ୱୟ ମହାସିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ଶ୍ରୀ ଟିକି ବାବା, ସମ୍ମାନୀତ ଅତିଥି ଭାବରେ ବନୁ ବାବା, ତ୍ରିଲୋଚନ ବାବା, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ବାଳକୃଷ୍ଣ ଶବର, ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଅବସର ପ୍ରାପ୍ତ ଜଙ୍ଗଲ ଅଧିକାରୀ ଜୟରାମ ଶବର ପ୍ରମୁଖ ମଞ୍ଚାସିନ ଥିଲେ । ଆଦିବାସୀମାନଙ୍କ ବିଲୁପ୍ତପ୍ରାୟ ସମୃଦ୍ଧିଶାଳୀ ଆଦିମ ସଂସ୍କୃତି, ଭାଷା, ଧର୍ମ, ଦେବା ଦେବୀ ପୀଠ, ଧାର୍ମିକ ସ୍ଥଳୀ, ପୂଜାପଦ୍ଧତିର ସୁରକ୍ଷା, ପୁନଃଉଦ୍ଧାର, ପ୍ରଚାର ପ୍ରସାରକରିବା, ଉଚ୍ଚଶିକ୍ଷା, ସଂସ୍କାର, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବିକାଶ ପାଇଁ ଆଦିବାସୀ ସମାଜ ଏକତା ହେବା ହେବା ଆବଶ୍ୟକ ବୋଲି ମୁଖ୍ୟଅତିଥି ଶ୍ରୀ ଟିକି ବାବା ଉପଦେଶ ଦେଇଥିଲେ । ପ୍ରଫୁଲ୍ଲ ପ୍ରଧାନୀ ସଭା ପରିଚାଳନା କରିଥିଲେ । ଆଦିବାସୀ ନେତା ନିତ୍ୟାନନ୍ଦ ମାଝୀ, ଇନ୍ଦ୍ରମଣି ମାଝି, ଗୋଲକ ବିହାରୀ ଭୋଇ ,ଦେବସିଂ ମାଝି, ଶତ୍ରୁଘ୍ନ ମାଝି, ବନଳତା ମାଝି ଓ ସୁନୀଲ ମାଝି ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *