ମହୁଲପଡା ଗାଁରେ ବିଶାଳ ଆଦିବାସୀ ମେଳି

Spread the love

ଟିଟିଲାଗଡ଼, (ନାଗରାଜ ନ୍ୟୁଜ): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅଧିନସ୍ଥ ମହୁଲପଡା ଗାଁରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଏକ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ସଶସ୍ତ୍ର ଆଦିବାସୀମାନେ ପାରମ୍ପରିକ ବେସଭୂଷା, ଢ଼ାପ ଡକା ବାଦ୍ୟର ତାଳେ ତାଳେ ନୃତ୍ୟ କରି ଶୋଭାଯାତ୍ରାରେ ଗାଁ ପରିକ୍ରମା କରିଥିଲେ । ଗ୍ରାମ୍ୟ ଧରନୀ ଦେବୀଙ୍କୁ ପୂଜାର୍ଚ୍ଚନା କରିସାରିବାପରେ ସଂଘର ବ୍ଲକ ସଭାପତି ପଦ୍ମନ ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ସଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଗୀତାଞ୍ଜଳି ଭୋଇ , ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘର ମହାସଚିବ ନିରଞ୍ଜନ ବିଶି, ଉପଦେଷ୍ଟା ଅବସର ପ୍ରାପ୍ତ ଅବକାରୀ ଅଧିକ୍ଷକ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ସମ୍ପାଦକ ହେମେନ୍ଦ୍ର ନାଥ ହାଁସଦା, ବ୍ଲକ ସମ୍ପାଦକ ସାରଥି ବାଗ, ପ୍ରଫୁଲ୍ଲ ପ୍ରଧାନୀ, ଶ୍ରୀମତୀ ମାହେଶ୍ୱରୀ ମାଝି, ଥବିର ପୂଝାରୀ, ଭୁବନ ମାଝି, ନଗର ସଭାପତି ନିତ୍ୟାନନ୍ଦ ମାଝି, ଉତ୍କଳକନ୍ଧ ସମାଜ ଲୁହା ପ୍ରଗଣା ଚୈତନ୍ୟ ମାଝି ଓ ଦେବସିଂ ମାଝି ପ୍ରମୁଖ ଉଦବୋଧନ ଦେଇଥିଲେ । ସଭାରେ ଆଦିବାସୀମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକ ପତ୍ର ଟିଟିଲାଗଡ଼ ଉପ-ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିବାକୁ ନିଷ୍ପତ୍ତି କରାଯାଇଥିଲା । ସୁନୀଲ ମାଝି ଓ ପତ୍ରଙ୍ଗି ମାଝି ପ୍ରମୁଖ ସାଂସ୍କୃତିକ ଶୋଭାଯାତ୍ରା ପରିଚାଳନା କରିଥିଲେ । ମାହେଶ୍ୱରୀ ମାଝି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *