ହ୍ୟୁଣ୍ଡାଇ ନିଓସ୍ ଏବଂ ଅଉରା ନୂଆ ରୂପରେ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଭାରତର ଅଗ୍ରୀମ ତଥା ବିଶ୍ଵର ପଞ୍ଚମ ଅଗ୍ରଣୀ ଚାରିଚକିଆ ଯାନ ନିର୍ମାତା ହ୍ୟୁଣ୍ଡାଇ ପକ୍ଷରୁ ଦୁଇ ଗୋଟି ଯାନ ଗ୍ରାଣ୍ଡ ଆଇଟେନ୍ ନିଓସ ଏବଂ ଅଉରା୍ ନୂଆ ରୂପରେ ଵଜାର ପ୍ରବେଶ କରିଛି। ସଂସ୍ଥାର ପ୍ରମୁଖ ଶୋରୁମ୍ ଯଥା ତମାଣ୍ଡୋ, ଉତ୍ତରା, ଲୁଇସ୍ ରୋଡ ପରେ ପରେ ନବକଳେବର ରୋଡ ସ୍ଥିତ ପୁରୀ ଆଦିତ୍ୟ ହ୍ୟୁଣ୍ଡାଇ ଶୋରୁମ୍ ରେ ନୂଆ ରୂପରେ ମଡେଲ ର ଉଦଘାଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ଆଦିତ୍ୟ ହ୍ୟୁଣ୍ଡାଇ ର ଏଜିଏମ ଶ୍ରୀ ମିହିର ବିଶ୍ଵାଳ ମହୋଦୟ, ଆଦିତ୍ୟ ହ୍ୟୁଣ୍ଡାଇ ଲୋକ ସଂପର୍କ ଅଧିକାରୀ ପ୍ରିଆଲି ପ୍ରିୟଦର୍ଶିନୀ ମ୍ୟାଡମ୍, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ର ଵରିଷ୍ଠ ପରିଚାଳନା ଅଧିକାରୀ ଶ୍ରୀଯୁକ୍ତ ଵିଜୟ ଶତପଥୀ ମହୋଦୟ, ୟୁକୋ ବ୍ୟାଙ୍କ ମୁଖ୍ୟ ଶାଖା ର ପରିଚାଳକ ଶ୍ରୀ ଶୁଭାଶିଷ ସ୍ଵାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ପୁରୀ ଆଦିତ୍ୟ ହ୍ୟୁଣ୍ଡାଇ ଶୋରୁମ୍ ର ଶାଖା ମୁଖ୍ୟ ଶ୍ରୀ ସଂଜୀବ କୁମାର ସିଂହ୍ନା ତଥା କର୍ମକର୍ତ୍ତା ଜଗନ୍ନାଥ ସାହୁ, ବ୍ରହ୍ମାନନ୍ଦ ପଟ୍ଟନାୟକ, ବିକ୍ରମ କେଶରୀ ନାୟକ ପ୍ରମୁଖ ଉପସ୍ଥିତ ରହି ନୂତନ ଯାନ ର ସଂପୂର୍ଣ୍ଣ ବୀବରଣୀ ପ୍ରଦାନ କରିଥିଲେ। ପୁରୁଣା ଅପେକ୍ଷା ନୁଆ ର ଶୋଭା ଵେଶ ଆକର୍ଷଣ ର କେନ୍ଦ୍ରବିନ୍ଦୁ ହୋଇଥିଲା। ଏହା ର ପ୍ରଥମ ଭାରିଆଣ୍ଟ ରୁ ହିଁ ଚାରିଗୋଟି ଏୟାର ଵେଗ୍(ବେଲୁନ୍)ର ବ୍ୟବହାର ବେସ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଛି।ଏଥି ସହିତ ଏଲ‌ଇଡ୍ ଲାଇଟ ଶୋଭା ବର୍ଦ୍ଧନ କରୁଅଛି। ଏହି ରୂପରେ ଵଜାର ପ୍ରବେଶ କରିଛି ହ୍ୟୁଣ୍ଡାଇ ର ଦୁଇ ଗୋଟି ଯାନ।

Leave a Reply

Your email address will not be published. Required fields are marked *