ଗୁଡାରି ରେ ୭୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ

Spread the love

ଗୁଡାରି: ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷ୍ୟ ଡକ୍ତର ଏମ ଶ୍ରବଣ ବିବେକଙ୍କ ନିର୍ଦେଶ କ୍ରମେ ଗୁଡାରି ପୋଲିସ ଥାନା ତରଫରୁ ଏକ ବର୍ଣ୍ଣାଢ୍ୟ କାର୍ୟ୍ୟକ୍ରମରେ ଗୁଡାରି ସହରାଞ୍ଚଳ ଏବଂ ବ୍ଲକରୁ ପ୍ରାୟ ୭୮ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ କଲେ ଗୁଡାରି ଥାନା ଅଧିକାରୀ ସୁଶାନ୍ତ କୁମାର ତାଉଡିଆ । ପରିଚୟ ପତ୍ର ଦ୍ୱାରା ବରିଷ୍ଠ ନାଗରିକଙ୍କୁ ପ୍ରତିଟି କ୍ଷେତ୍ର ରେ ସହଯୋଗ, ଉଚିତ ସମ୍ମାନ ଏବଂ ସ୍ୱାସ୍ଥ୍ୟ ସେବା, ବସ ଟ୍ରେନରେ ରିହାତି, ସରକାରୀ ଏବଂ ବ୍ୟାଙ୍କକ୍ଷେତ୍ରରେ ସହଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ତାଉଦିଆ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକଙ୍କୁ ଜଣାଇ ଥିଲେ । ଜିଲ୍ଲା ପୋଲିସ ଏବଂ ଗୁଡାରି ପୋଲିସର ଏହି କାର୍ୟ୍ୟକ୍ରମକୁ ବରିଷ୍ଠ ନାଗରିକ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *