ମହିୟସୀ ମହିଳାଙ୍କ ମହତ୍ ଚକ୍ଷୁଦାନ, ମୃତ୍ୟୁ ପରେ ଅମର

Spread the love

ଭୁବନେଶ୍ଵର ,୯।୯(ଏନ୍‌ ନ୍ଯୁଜ୍‌) ମଣିଷ ଜୀବନରେ ନିଜ ପାଇଁ ସବୁ କିଛି କରିଥାଏ। ଏମିତି କିଛି ଥାଆନ୍ତି ଯିଏ ମୃତ୍ୟୁ ପୂର୍ବରୁ ଅନ୍ୟ ପାଇଁ ତ୍ୟାଗ କରି ମହାନ , ମହିୟସୀ ହୋଇ ଯାଆନ୍ତି। ସେମତି ଜଣେ ମହିୟସି ମହିଳା ଭୁବନେଶ୍ଵର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ଟାଙ୍ଗିମନ୍ତ ଗ୍ରାମର ସୁହାସିନୀ ମହାନ୍ତି । ଗତ ରାତିରେ ୬୨ ବର୍ଷ ବୟସରେ ହୃଦ୍‌ଘାତରେ ମୃତ୍ୟୁ ବରଣ କରିଛନ୍ତି। ହେଲେ ମୃତ୍ୟୁ ପରେ ତାଙ୍କର ଦୁଇ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଗତ କାଲି ରାତିରେ ସେ ହୃଦଘାତର ଶୀକାର ହୋଇଥିଲେ। ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଭୁବନେଶ୍ଵର ଛଅ ନମ୍ବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ମୃତ୍ୟୁ ପୂର୍ବରୁ ସ୍ବଚ୍ଛାକୃତ ଚକ୍ଷୁଦାନ କରିବାକୁ ସହମତି ପ୍ରଦାନ କରିଥିବାରୁ ଏଲ.ଭି ପ୍ରସାଦ ଚକ୍ଷୁ ଦୁଇଟିକୁ ଗ୍ରହଣ କରାଯାଇଛି । ମହିଳାଙ୍କର ଶିକ୍ଷାଗତ ଯୋଗ୍ୟତା ନଥିଲା । ହେଲେ ତାଙ୍କର ଟିଭିରେ ଖବର ଦେଖିବା ଓ ଶୁଣିବା ପ୍ରତି ରୂଚୀ ଥିଲା। ସେ ରାଜ୍ୟ । ଦେଶ ଓ ବିଦେଶର ବର୍ତ୍ତମାନ, ଅତିତର ଟିକ ନିଖ ଖବ ମନେ ରଖି କହିବାରୁଥିଲେ। ତାଙ୍କ ଶବଙ୍କୁ ଶୋକାକୂଳ ପରିବେଶରେ ତାଙ୍କ ସ୍ଵାମୀ କୈଳାଶ ଚନ୍ଦ୍ର ମହାନ୍ତି, ପରିବାର, ଜ୍ଞାତି କୁମ୍ବଙ୍କ ଉପସ୍ଥିରେ ଗ୍ରାମ ଶ୍ମସାନରେ ଶବ ସଂସ୍କାର କରାଯାଇଛି। ଜ୍ୟେଷ୍ଠ ପୁତ୍ର ସନାତନ ମହାନ୍ତି ମୂଖାଗ୍ନୀ ଦେଇଥିଲେ। ମୃତ୍ୟୁ ପରେ ଚକ୍ଷୁ ଦାନ ମହତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ମହିୟସୀ ମହିଳାଙ୍କୁ ନାଗରାଜ ନ୍ୟୁଜ୍‌ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ।

Leave a Reply

Your email address will not be published. Required fields are marked *