ଏସଆଇଟିର ଗୁରୁତ୍ଵପୂର୍ଣ୍ଣ ବୈଠକ

Spread the love

କଟକ,(ନାଗରାଜ ନ୍ୟୁଜ): ଦେଶ ତଥା ବିଦେଶରେ ଗଚ୍ଛିତ ଥିବା କଳା ଧନ ଠାବ ପାଇଁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଏସଆଇଟିର ଗୁରୁତ୍ଵ ପୂର୍ଣ୍ଣ ବୈଠକ ଆଜି କଟକ ରେ ଅନୁଷ୍ଠିତ ହୋଇଛି। ଏସ ଆଇ ଟି ର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଙ୍କ ତେଲେଙ୍ଗା ବଜାର ସ୍ଥିତ ବାସ ଭବନ ରେ ଏସ ଆଇ ଟି ର ନବମ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥର ମଧ୍ୟ ତଦନ୍ତ କାରୀ ସଂସ୍ଥା ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ବୈଠକ ରେ ଜଷ୍ଟିସ ପଶାୟତ ପରାମର୍ଶ ଦେଇଥିଲେ। ସେହିପରି ଯେତିକି କଳା ଧନ ଠାବ କରାଯାଉଛି ସେହି ପରିମାଣର କଳାଧନ କାର ବାର୍ ହେଉଥିବାରୁ ତଦନ୍ତ କାରୀ ସଂସ୍ଥା ମାନଙ୍କ ପାଇଁ ଏହା ଏକ ଆହ୍ଵାନ ପାଲଟିଛି। ଦୁର୍ନୀତି ନିବାରଣ ଆଇନ୍ ଅନୁଯାୟୀ ହେଉଥିବା ମାମଲା ଗୁଡ଼ିକର ସମସ୍ତ ତଥ୍ୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗକୁ ଜଣାଇବାକୁ ଜଷ୍ଟିସ ପଶାୟତ ଜଣାଇବାକୁ ପରାମର୍ଶ ଦେଇଥିଲେ। ଅପର ପକ୍ଷେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ନିଶା କାରବାର ବୃଦ୍ଧି ପାଉଛି। ଏହା ଚିନ୍ତାର ବିଷୟ ହୋଇଥିବାରୁ ଏଥିରେ ଲାଗୁଥିବା କଳାଧନ ର ଉତ୍ସ ଠାବ କରିବା କୁ ଜଷ୍ଟିସ ପଶାୟତ ପରାମର୍ଶ ଦେଇଛନ୍ତି ବୋଲି ସାମ୍ବାଦିକ ମାନଙ୍କୁ ସେ ସୂଚନା ଦେଇଥିଲେ। ଅର୍ଚ୍ଚନା ନାଗ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସବୁ ତଥ୍ୟ ହାସଲ କରିଛି। ଏ ନେଇ ଅଧିକ ତଦନ୍ତ ଚାଲିଛି ବୋଲି ଜଷ୍ଟିସ ପଶାୟତ କହିଥିଲେ। ଓଡ଼ିଶାରେ ରିଅଲି ଷ୍ଟେଟ କାରବାର, ଓ କେତେକ ଶିକ୍ଷାନୁଷ୍ଠାନ ରେ କଳାଧନ ଲାଗିଥିବା ତଦନ୍ତ ରୁ ଜଣା ପଡ଼ିଛି ବୋଲି ସେ କହିଛନ୍ତି। ଏସ ଆଇ ଟି ଇତି ମଧ୍ୟରେ ଆଠଟି ଅନ୍ତରୀଣ ରିପୋର୍ଟ ସୁପ୍ରିମ କୋର୍ଟରେ ଦାଖଲ କରି ସାରିଥିବା ବେଳେ ଚଳିତ ବର୍ଷ ଜୁନ ସୁଦ୍ଧା ଏହାର ନବମ ରିପୋର୍ଟ ଦାଖଲ କରିବ ବୋଲି ଉପାଧ୍ୟକ୍ଷ ଶ୍ରୀ ପଶାୟତ କହି ଛନ୍ତି। ଆଜିର ଏହି ବୈଠକରେ ନୂଆଦିଲ୍ଲୀ ସ୍ଥିତ ସିବି ଡି ଟି ର ଚେୟାର ମ୍ୟାନ ନୀତିନ ଗୁପ୍ତ, ଇ ଡି ର ନିର୍ଦ୍ଦେଶକ ସଂଜୟ ମିଶ୍ର, ଜି ଏସ ଟି ବରିଷ୍ଠ ଅଧିକାରୀ ଏସ ଭୂଜବଳ, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁର ର ବରିଷ୍ଠ ଅଧିକାରୀ ସଞ୍ଜୟ ସିଂ, ଓଡ଼ିଶା ପୋଲିସ ର ବରିଷ୍ଠ ଅଧିକାରୀ ଅମିତେନ୍ଦ୍ର ନାଥ ସିନ୍ନା ଙ୍କ ସମେତ କୋଲକାତା ଏବଂ ଓଡ଼ିଶାର ବରିଷ୍ଠ ଆୟକର ଅଧିକାରୀ, ଖଣି ବିଭାଗ ଅଫିସର ଙ୍କ ସମେତ 15 ରୁ ଅଧିକ ଅଧିକାରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *