କଟକରେ ଚାଞ୍ଚଲ୍ୟ, ସିଲଭରସିଟିରୁ ମିଳିଲା ଯୁବତୀଙ୍କ ମୃତଦେହ

Spread the love

କଟକ, (ନାଗରାଜ ନ୍ୟୁଜ): କଟକରେ ଚାଞ୍ଚଲ୍ୟ । ସିଲଭରସିଟିରୁ ମିଳିଲା ଯୁବତୀଙ୍କ ମୃତଦେହ । ଯୁବତୀଙ୍କୁ ହତ୍ୟା କରି କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । କଟକ କୃଷକ ବଜାର ପାଣି ଟାଙ୍କି ନିକଟରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।ବର୍ତ୍ତମାନ ସୁଦ୍ଧା ମୃତ ଯୁବତୀର କୌଣସି ପରିଚୟ ମିଳିପାରିନାହିଁ । ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି । ତେବେ ଯୁବତୀଙ୍କ ବୟସ ୨୫ ରୁ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।ଖବର ପାଇ ଘଟଣାସ୍ଥଳରେ ବିଡାନାସୀ ଥାନା ପୋଲିସ, ଡିସିପି, ଅତିରିକ୍ତ ଡିସିପି, ସାଇଣ୍ଟିଫିକ ଟିମ୍, ଡ୍ରଗ୍ସ ସ୍କ୍ବାର୍ଡ ପହଞ୍ଚି ଘଟଣାର ଛାନଭିନ କରୁଛି। ତେବେ ଘଟଣାସ୍ଥଳରୁ ଚପଲ, ଭ୍ୟାନିଟି ବ୍ୟାଗ୍, ଗୋଟିଏ ସୁସାଇଡ ନୋଟ ଜବତ କରାଯାଇଛି । ଏହା ହତ୍ୟା କି ଆତ୍ମହତ୍ୟା କି ଦୁଷ୍କର୍ମ ପରେ ହତ୍ୟା ତାହା ପୋଷ୍ଟମର୍ଟମ ପରେ ହିଁ ଜଣାପଡ଼ିବ ବୋଲି କଟକ ଡିସିପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *