ଗଁଦିଆ ବ୍ଲକରେ ଡ୍ରାଇଭର ମହାସଂଘର ରଣ ହୁଙ୍କାର

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ରାଜ୍ୟ ଡ୍ରାଇଭର ଏକତା ମହାମଞ୍ଚ ଆହ୍ୱାନ କ୍ରମେ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜିଠାରୁ ରାଜ୍ୟ ବ୍ୟାପି ଅନିର୍ଦ୍ଧିଷ୍ଟ କାଳୀନ ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ଆଜି ସକାଳ 6 ଟାରୁ ଆରମ୍ଭ ହୋଇଛି, ଏହି ପରିପ୍ରେକ୍ଷୀରେ ପାଞ୍ଚ ଲକ୍ଷ୍ୟ ରୁ ଉର୍ଦ୍ଧ ଡ୍ରାଇଭର ମାନେ ରାଜ୍ୟର ସମସ୍ତ ସହର, ବ୍ଲକ ଓ ସଦର ମହକୁମାରେ ଶାନ୍ତି ପୁର୍ଣ ଭାବରେ ଧାରଣାରେ ବସିଛନ୍ତି l ଢେଙ୍କାନାଳ ଡ୍ରାଇଭର ମହାମାଞ୍ଚ 8 ଗୋଟି ବ୍ଲକ, ସଦର ମହକୁମା ଓ ସହରାଞ୍ଚଳ ରେ ଏ ଆନ୍ଦୋଳନ କୁ ତୀବ୍ର ରୁ ତୀବ୍ରତର କରିଛି ଶ, ଏହି ପରିପେକ୍ଷୀରେ ଗଁ ଦିଆ ବ୍ଲକ ରେ ଶତାଧିକ ସଂଘର କାର୍ଯ୍ୟକର୍ତା ମାନେ ପିକେଟିଙ୍ଗ କରିବା ସହିତ ବ୍ଲକ ର 6 ଗୋଟି ପ୍ରବେଶ ପଥ ଯଥା,ସୀମାନ୍ତ ଯାଜପୁର ଢେଙ୍କାନାଳ ରୋଡ଼ ରାୟଗଡା ପେଟ୍ରୋଲ ପ୍ପମ୍ପ ସମୁଖରେ, ପୁଙ୍ଗୁଆ କଲେଜ ଛକ ଟୋଲର ପଶି ଛକ ରେ, ଭୁବନ ଷଡ଼ଙ୍ଗୀ ସୀମାନ୍ତ ମନ୍ଦାର ନିକଟରେ, କାମାକ୍ଷାନଗର ବିଧାରପୁର ରୋଡ଼ ସୀମାନ୍ତ ଯୋରନ୍ଦା ନିକଟରେ, ଷଡ଼ଙ୍ଗୀ ଢେଙ୍କାନାଳ ରୋଡ଼ ବରପଦା ଛକ ଠାରେ ଏବଂ ଦେଓଗାଁ ଚନ୍ଦ୍ରଶେଖର ଜୀଉ ଙ୍କ ପାଦଦେଶରେ, ଶାନ୍ତିପୂର୍ଣ ଭାବରେ ଧାରଣାରେ ବସିବାର ଦେଖିବାକୁ ମିଳୁଛି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏ ଧାରଣା ଅନିର୍ଦ୍ଧିଷ୍ଟ କଳା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘର ଗଁଦିଆ ସହ ସମ୍ପାଦକ, ସଂଘର ଜିଲ୍ଲା ଉପ ସଭାପତି, ଗଁଦିଆ ବ୍ଲକ ର ସଂଯୋଜକ, ନିହାଲପ୍ରସାଦ ପଞ୍ଚାୟତ ର ସଭାପତି, ବେଗା ପଞ୍ଚାୟତ ର ସମ୍ପାଦକ ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରିଛନ୍ତି, ଗଁଦିଆ ବ୍ଲକ ରେ ଡ୍ରାଇଭର ମହାସଂଘ ର ଧାରଣ କୁ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ବ୍ଲକ ବିଜେଡି ସଭାପତି ବିଶ୍ୱନାଥ ଜେନା, ନିହାଲପ୍ରସାଦ ମଣ୍ଡଳ ବିଜେପି ସଭାପତି ପ୍ରଦୀପ କୁମାର ଦାସ, ଗାଡି ମାଲିକ ତଥା ସମାଜସେବୀ ତାପସ ରାଉତ, ଗଁଦିଆ ପ୍ରେସ୍ର କ୍ଲବ ସଭାପତି ମହେନ୍ଦ୍ର ସାହୁ ଏବଂ ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ର ସହ ସମ୍ପାଦକ ସୌମ୍ୟ ରଞ୍ଜନ ମହାନ୍ତି, ଉପଦେଷ୍ଟା ସୁଦାମ ସାହୁ,ଡ୍ରାଇଭର ମହାସଂଘ କୁ ନିସର୍ତ୍ତ ସମର୍ଥନ କରିଛନ୍ତି .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *