ସୁନ୍ଦରଗଡ଼ରେ ପୁଣି ଲଜ୍ୟା, ମାନସିକ ବିକାରଗ୍ରସ୍ଥ ଝିଅ ୫ ମାସର ଗର୍ଭବତୀ

Spread the love

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଆଉ ଏକ ଲଜ୍ୟା ଜନକଘଟଣା ଘଟିଥିବା ଜଣାପଡିଛି। ଖବର ନେବାରୁ ଜଣାଯାଇଛି ଯେ,ଏହି ଥାନା ଅଧୀନରେ ଥିବା ନୂଆଗାଁ ଗ୍ରାମର ଜୈନେକା୨୫ବର୍ଷିୟ ମାନସିକ ବିକାରଗ୍ରସ୍ଥ ଝିଅ କୁ ସେହି ଗ୍ରାମର ଜୈନେକ ଯୁବକ ନାନାଧମକଚମକଦେଇ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଯାହାଫଳରେ ଝିଅଟି ବର୍ତ୍ତମାନ ୫ମାସର ଗର୍ଭବତୀ ହୋଇଛି।ଏ ସମ୍ପର୍କରେ ପରିବାର ଲୋକେ ଜାଣିବାପରେ ଆଜି ଝିଅର ବାପା ଝିଅକୁ ଧରି କୁତ୍ରା ଥାନା କୁ ଆସି ଦୁଷ୍କର୍ମ କାରୀ ବିରୋଧ ରେ ଲିଖିତ ଅଭିଯୋଗ କରିଛନ୍ତି। କୁତ୍ରା ପୋଲିସ ଅଭିଯୋଗ ଗ୍ରହଣକରି ତଦନ୍ତ ଚଳାଇଛନ୍ତି। ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ମାନସିକ ବିକାରଗ୍ରସ୍ଥ ଝିଅଟି ଠିକ୍ ଭାବରେ କଥା କହି ପାରୁନଥିବା ବେଳେ,ଚାଲି ମଧ୍ୟ ଠିକ୍ ଭାବରେ ପାରେନାହିଁ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *