ଦେଶରେ ୨୪ଘଣ୍ଟାରେ କରୋନାରେ ୮୨,୭୫୩ଜଣ ସୁସ୍ଥ, ୭୩,୨୭୨ ଆକ୍ରାନ୍ତ

Spread the love

ନୂଆଦିଲ୍ଲୀ : ବେଶ କିଛି ଦିନ ହେବ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ସେପ୍ଟେମ୍ବର ମାସରେ ଦୈନିକ ସଂକ୍ରମଣ ସଂଖ୍ୟା ହାରା ୯୦ ହଜାର ଉପରେ ରହୁଥିଲା।  ଏବେ ତାହା ନିୟମିତ ଭାବେ ହ୍ରାସ ପାଇବାରେ  ଲାଗିଛି ।  ଗତ ୨୪ ଘଣ୍ଟାରେ  ପ୍ରାୟ ୭୩ ହଜାର  ନୂଆ ସଂକ୍ରମିତ ସହ  ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୬୯ ଲକ୍ଷରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ୮୨୭୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୬ଜଣଙ୍କ ମୃତ୍ୟୁ ଘଟିଛି। ସବୁଠାରୁ ଆଶ୍ବସ୍ତିକର କଥା ହେଲା ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି। ଗତ ୨୪ଘଣ୍ଟାରେ ୮୨୭୫୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨୬ଜଣଙ୍କ ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା ୬୯,୭୯,୪୨୪ ରେ ପହଞ୍ଚିଛି । ତନ୍ମଧ୍ୟରୁ ୮୮୩୧୮୫ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୧୦୭୪୧୬ ରହିଛି। ଦେଶର ମୋଟ ଆରୋଗ୍ୟ ସଂଖ୍ୟା ୫୯୮୮୮୨୨ରେ ପହଞ୍ଚିଛି ।  ଗତ ୨୪ ଘଣ୍ଟାରେ ଭାରତରେ ୭୩,୨୭୨ ନୂଆ ସଂକ୍ରମିତ

Leave a Reply

Your email address will not be published. Required fields are marked *