ଶେଷରେ କୁଳଭୂଷଣଙ୍କୁ ପକ୍ଷ ରଖିବାର ସୁଯୋଗ ଦେବ ପାକିସ୍ଥାନ

Spread the love

ଇସଲାମାବାଦ: ଶେଷରେ କୁଳଭୂଷଣଙ୍କୁ ପକ୍ଷ ରଖିବାର ସୁଯୋଗ ଦେବ ପାକିସ୍ଥାନ । ଏଭଳି ନିର୍ଦ୍ଦେଶ ଶୁଣାଇଛନ୍ତି ଆଇସିଜେ କୋର୍ଟ । ଖବର ଅନୁସାରେ ପାକିସ୍ତାନ ଜେଲରେ ବନ୍ଦୀ ହୋଇ ରହିଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ମୁଣ୍ଡ ନୁଆଁଇଛି ଏବେ ପାକିସ୍ତାନ। ଆଇସିଜେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନ ଏବେ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବ। ପାକିସ୍ତାନ କୋର୍ଟ କୁଳଭୂଷଣଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଦେଉନଥିଲା ପାକିସ୍ତାନ। ପରେ ଭାରତ ପାକିସ୍ତାନର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଇସିଜେ କୋର୍ଟ ଯାଇଥିଲା। ଏହାପରେ ଏହି ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଅନୁମତି ଦେଇଥିଲା। ହେଲେ ପାକିସ୍ତାନ ଦୀର୍ଘ ଦିନ ହେବ ଏହାକୁ ଗ୍ରହଣ କରିନଥିଲା।

ଏବେ ପାକିସ୍ତାନ ଆଇସିଜେ କୋର୍ଟଙ୍କ ରାୟକୁ ଅଧ୍ୟାଦେଶ ୨୦୨୦କୁ ଅନୁମତି ଦେଇଛି। ଏହାର ଅର୍ଥ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିକୁ କୁଳଭୂଷଣ ଚ୍ୟାଲେଞ୍ଜ କରିପାରିବେ। ପାକିସ୍ତାନର ସଂସଦ ଗୁରୁବାର ଦିନ ପାକିସ୍ତାନରେ ଜେଲରେ ଥିବା ଭାରତୀୟ କୁଲଭୂଷଣ ଯାଦବଙ୍କୁ ଆବେଦନ କରିବାର ଅଧିକାର ପ୍ରଦାନ ପାଇଁ ଏକ ବିଲ୍ ପାରିତ କରିଛି। ଅନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା ଏବଂ ପୁନର୍ବିଚାର କରିବାକୁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *