ତଳମୁଁହା କରୋନା ଗ୍ରାଫ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୮୬ ଆକ୍ରାନ୍ତ ଚିହ୍ନଟ

Spread the love

ଭୁବନେଶ୍ୱର: ଦୀର୍ଘ ଦୀନ ପରେ ଆଜି ଆସ୍ବସ୍ତିଭରା ଖବର ସାମ୍ନାକୁ ଆସିଛି । ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୮୮୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୫୧୨ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୯୫୬ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୧ ଜଣ, ଜଗତସିଂହପୁରରୁ ୫୪ ଜଣ, ପୁରୀରୁ ୫୩ ଜଣ, କେନ୍ଦ୍ରାପଡ଼ାରୁ ୩୩ ଜଣ, ଅନୁଗୁଳରୁ ୩୨ ଜଣ, ଭଦ୍ରକରୁ ୩୧ ଜଣ, ମୟୂରଭଞ୍ଜ ଓ ନୟାଗଡ଼ ଜିଲ୍ଲାରୁ ୨୫ ଜଣ ଲେଖାଏଁ, କେନ୍ଦୁଝରରୁ ୧୮ ଜଣ, ସମ୍ବଲପୁରର ୧୫ ଜଣ, ସୁନ୍ଦରଗଡ଼ରୁ ୧୨ ଜଣ, ଢ଼େଙ୍କାନାଳ ଓ କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ ଲେଖାଏଁ, ମାଲକାନଗିରିରୁ ୯ ଜଣ, ଗଞ୍ଜାମରୁ ୮ ଜଣ, କୋରାପୁଟରୁ ୭ ଜଣ, ଯାଜପୁରରୁ ୬୦ ଜଣ, ବାଲେଶ୍ବରରୁ ୬୨ ଜଣ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଜପତି ଓ ନବରଙ୍ଗପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୩ ଜଣ, ବୌଦ୍ଧ, ଦେବଗଡ଼ ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୫୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *