ଅନୁଭବଙ୍କ ନାଁରେ ପୁରୀ ଘାଟ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ

Spread the love

କଟକ, (ନାଗରାଜ ନ୍ୟୁଜ): ଅନୁଭବଙ୍କ ନାଁରେ ପୁରୀ ଘାଟ ଥାନାରେ ଏତଲା ଦେଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ସୋସିଆଲ ମିଡ଼ିଆରେ ବର୍ଷାଙ୍କ ଚରିତ୍ର ସଂହାର କରିଥିବା ଏତଲାରେ ଉଲ୍ଲେଖ ହୋଇଛି । ସୋସିଆଲ ମିଡ଼ିଆରେ ଗୋଟିଏ ପରେ ଗୋଟିଏ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ନିଜର ମନର କଥା ଜଣାଇଥିଲେ ସାଂସଦ ଅନୁଭବ ମହାନ୍ତି । ସେ ନିଜ ବୈବାହିକ ଜୀବନ ସମ୍ପର୍କରେ ଫ୍ୟାନ୍ସଙ୍କ ସହିତ ଅନେକ କଥା ସେୟାର କରିଥିଲେ । ଏହି ଭିଡ଼ିଓ ଅନୁଭବ ସେୟାର କରିବାର ଗୋଟିଏ ଦିନ ପରେ ସେ ଏତଲା ଦାଏର କହିଛନ୍ତି ।ଏତଲାରେ ବର୍ଷା ଅଭିଯୋଗ କରିଛନ୍ତି ଯେ, ମନଗଢ଼ା ଭିଡ଼ିଓ କରି ଅନୁଭବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ଏପରିକି ବର୍ଷାଙ୍କ ନାରୀତ୍ବକୁ ଅପମାନ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡାଇ ନେଉଛନ୍ତି । ପୂର୍ବରୁ ବର୍ଷା ଅନେକ ଥର ପୁରୀଘାଟ ଥାନାରେ ଏତଲା ଦେଇଥିବା ବେଳେ ଅନୁଭବ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ଭିଡ଼ିଓ ଯାହାକି ବର୍ଷାଙ୍କୁ ଆକ୍ଷେପ କରି ଅନେକ କିଛି କହିଥିବା ସେ ଅଭିଯୋଗ କରିଛନ୍ତି । ତେବେ ସୂଚନା ଥାଉ କି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଚ୍ଛେଦ ମାମଲାକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ଅନୁଭବ ନିଜ ୟୁଟ୍ୟୁବ ଚ୍ୟାନେଲରେ ଆଖିରେ ଆଖିଏ ଲୁହ ଆଉ ଛାତିରେ କୋହକୁ ଚାପି ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଭିଡିଓ ସେୟାର କରିଥିଲେ । ପ୍ରେମ କରି ତାଙ୍କ ଜୀବନ ଆଉ ପରିବାରର ଭବିଷ୍ୟତ ଅନ୍ଧକାର ହୋଇଗଲା ବୋଲି ପ୍ରଥମ ଭିଡ଼ିଓରେ ପରୋକ୍ଷରେ କହିଥିଲେ । କିନ୍ତୁ ଦ୍ବିତୀୟ ଭିଡିଓରେ ସେ ସିଧାସଳଖ ବର୍ଷାକୁ ଆକ୍ଷେପ କରିଥିଲେ । ଆଉ ହାତ ଯୋଡ଼ି ବର୍ଷାକୁ ଅନୁରୋଧ କରିଥିଲେ ଯେ ସେ ତାଙ୍କୁ ଛାଡ଼ପତ୍ର ଦେଇଦିଅନ୍ତୁ ।

Leave a Reply

Your email address will not be published. Required fields are marked *