ବାଙ୍କୀରେ ଅନଲାଇନ ସି.ଏସ.ସି ଆପ କେନ୍ଦ୍ର ଉଦଘାଟନ

Spread the love

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଡମପଡା ବ୍ଲକ ଶିମିଲପୁରଗ୍ରାମ ବାଙ୍କୀ କଟକ ମୁଖ୍ୟରସ୍ତ। କଡରେ ପ୍ରଥମ ଥର ପାଇଁ ଅନଲାଇନ ଗ୍ରାମୀଣ ସପିଙ୍ଗ ମଲକୁ ଡମପଡା ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ଦ୍ଵାରା ଉଦଘାଟନ କରାଯାଇ ଅନଲାଇନ ସି. ଏସ .ସି ଆପ ଖୋଲାଯାଇଛି।ଏହି କେନ୍ଦ୍ର ରେ ସି. ଏସ .ସି ଜିଲ୍ଲା ପ୍ରତିନିଧି ଜ୍ୟୋତି ଗଡ଼ନାୟକ ଉପସ୍ଥିତ ରହି କିପରି ଗ୍ରହଣ ମାନେ ନିଜ ମୋବାଇଲ ଫୋନ ରେ ସି. ଏସ .ସି ଆପ କୁ ଇନଷ୍ଟଲ କରି ତାହା ମାଧ୍ୟମରେ ଗ୍ରସରି ଠାରୁ ଆରମ୍ଭ କରି ଇଲୋଟ୍ରୋନିକ ସାମଗ୍ରୀ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ସୁବିଧାରେ ଉପଲବ୍ଧ ହୋଇ ପାରିବ ଓ ୧୦କିମି ପର୍ଯ୍ୟନ୍ତ ଡେଲେଭରି ଚାର୍ଜ ମାଗଣା ବୋଲି ଶ୍ରୀ ଗଡ଼ନାୟକ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମରେନ୍ଦ୍ର ମହାପାତ୍ର, ବିଭୁ ପ୍ରସାଦ ସାମଲ, ମନୋଜ ଦଳେଇ,ପ୍ରଦୀପ ସାହୁ, ଏକାଦଶୀ ବାରିକ,ସତ୍ୟବ୍ରତ ସାହୁ ପ୍ରମୁଖ ଯୋଗ ଦେଇ କିପରି ଗ୍ରାମୀଣ ସି. ଏସ .ସି ଅନଲାଇନ ଷ୍ଟୋର ଉନ୍ନତି କରିପାରିବ ଓ ଲୋକ କିପରି ଉପକୃତ ହୋଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ଆଲୋଚନା କରିଥିଲେ।କୋଭିଡ ସମୟରେ ଲୋକେ ବହରାଜୁ ନଯାଇ ଘରେ ରହି ଗ୍ରୋସରି ସଉଦା ମଗାଇପାରିବେ ବୋଲି ସି ଏସ ସି କର୍ମଚାରୀ ପ୍ରଦିପ କୁମାର ସାହୁ କହିଛନ୍ତି।

 

Leave a Reply

Your email address will not be published. Required fields are marked *