ମିଳିତ କୃଷକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା

Spread the love

ପାଟଣାଗଡ଼, ନାଗରାଜ ନ୍ୟୁଜ): କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ୩ଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ମିଳିତ କୃଷକ ସଂଗଠନ ପକ୍ଷରୁ ଆଜି ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଭାରତ ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗୀର ପାଟଣାଗଡ଼ ଉପଖଣ୍ଡ ବେଲପଡା ଖପ୍ରାଖୋଲ ଆଦି ବ୍ଳକ ଗୁଡିକରେ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଆଜି ଏହି ବନ୍ଦ ପାଳନକୁ ସମର୍ଥନ କରି ପାଟଣାଗଡ଼ର ବିଭିନ୍ନ କୃଷକ ସଂଗଠନ ଓ କଂଗ୍ରେସ ଦଳ କର୍ମୀମାନେ ଏକତ୍ରିତ ହୋଇ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସହରର ବିଭିନ୍ନ ପିକେଟିଂ କରାଯାଇ ଦୋକାନ ବଜାର ବନ୍ଦ କରାଯାଇଛି । ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା, ଛାତ୍ର ଛାତ୍ରୀ ମାନଙ୍କ ସ୍କୁଲ ଫି ଓ ଅନ୍ୟାନ୍ୟ ଫି ଛାଡ କରିବା, ଚାଷୀ ମାନଙ୍କ ବିଦ୍ୟୁତ ବିଲ୍ ସମ୍ପୂର୍ଣ୍ଣ ଛାଡ଼ କରିବା, ଜଳସେଚନ ବ୍ୟବସ୍ଥା କରିବା, ପ୍ରତ୍ୟେକ ଚାଷୀ ପରିବାରଙ୍କୁ ମାସିକ ଦଶ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା, ଚାଷୀ ଋଣ ଛାଡ କରିବା ଆଦି ଦାବି ନେଇ ନାରାବାଜି ଦେଇଥିଲେ ।

ଏହାସହିତ ବାଇକ ରାଲି ମଧ୍ୟ କରାଯାଇଥିଲା । ଗିରିରାଜ ଭୋଇଙ୍କ ନେତୃତ୍ୱରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ଜୟ କିସାନ ଆନ୍ଦୋଳନର ବ୍ଳକ ସଂଯୋଜକ ଅଭିଲାଷ ଭୋଇ, ଜିଲ୍ଲା କୃଷକ ମହାସଂଘ କୃଷ୍ଣ ଚନ୍ଦ୍ର ବନଛୋର, ଜିଲ୍ଲା କୃଷକ ମହାସଂଘର ବ୍ଳକ ସଭାପତି ରଞ୍ଜିତ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିଯାଇଛି । ସେହିପରି ପାଟଣାଗଡ଼ କଂଗ୍ରେସ ପକ୍ଷରୁ ମଧ୍ୟ ପିସିସି ସଭ୍ୟ ତଥା ପାଟଣାଗଡ଼ କଂଗ୍ରେସ ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ପୁରୋହିତଙ୍କ ନେତୃତ୍ବରେ ଭାରତ ବନ୍ଦକୁ ସମର୍ଥନ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଖପ୍ରାଖୋଲ ବ୍ଳକ ରେ ମଧ୍ୟ କୃଷକ ସଂଘ ପକ୍ଷରୁ କ୍ଷମାନିଧି ଭୋଇଙ୍କ ନେତୃତ୍ବରେ ବନ୍ଦ ଡାକରା ସମର୍ଥନ ଜଣାଇ ଖପ୍ରାଖୋଲ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବେଲପଡାରେ ମଧ୍ୟ କୋଶଳ ରାଜ୍ୟ ସମ୍ବନିୟ ସମିତି ପକ୍ଷରୁ ମଧ୍ୟ ସମର୍ଥନ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆଜିର ବନ୍ଦ ପ୍ରଭାବରେ ପାଟଣାଗଡ଼ ସହର ସମସ୍ତ ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଉପଖଣ୍ଡର ବିଭିନ୍ନ ଚାଷୀ ସଂଗଠନ, ଜୟ କିସାନ ଆନ୍ଦୋଳନ, ବଣିକ ସଂଘ, ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ସର୍ବ ଭାରତୀୟ ବିଞ୍ଝାଲ ସମାଜ, କୋଶଳ ରାଜ୍ୟ ସମ୍ବନିୟ ସମିତି ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରାଯାଇଛି ।

Leave a Reply

Your email address will not be published. Required fields are marked *