ବାରବାଟୀ ଷ୍ଟାଡିଅମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ, ଆଜିଠାରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ

Spread the love

କଟକ, (ନାଗରାଜ ନ୍ୟୁଜ): ଚଳିତମାସ ଜୁନ 12 ତାରିଖ ଦିନ କଟକ ବାରବାଟୀ ଷ୍ଟାଡିଅମ ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ଟି 20 ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ ଟି କେବଳ କଟକ ନୁହେଁ ସମଗ୍ର ରାଜ୍ୟବାସୀଙ୍କର ସଂମାନର ବିଷୟ ହୋଇପାରିଛି । ତେଣୁ ଏହି ଦିନିକିଆ ଆନ୍ତର୍ଜାତିକ ମ୍ୟାଚଟି ଶାନ୍ତି ଶୃଙ୍ଖଳାରେ ସମ୍ପର୍ନ କରିବା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକତା ରହିଛି । ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ଏହି ମ୍ୟାଚଟି ସମ୍ପୂର୍ଣ ଭାବରେ ଶାନ୍ତିଶୃଙ୍ଖଳାରେ ସମ୍ପର୍ଣ୍ଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିଅମ 50କୋଟି ଟଙ୍କା ବୀମା ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ଦର୍ଶକମାନେ ଯେପରି ଶାନ୍ତି ଶୃଙ୍ଖଳା ସହ ମ୍ୟାଚଟି ଉପଭୋଗ କରିପାରିବେ ସେଥିପାଇଁ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଛି । ମ୍ୟାଚ ପାଇଁ ବାରବାଟୀ ଷ୍ଟାଡିଅମଟି ସମ୍ପୂର୍ଣ ସୁରକ୍ଷିତ ।

ଏହାକୁ ବରିଷ୍ଠ ଇଞ୍ଜିନିଅର ମାନେ ଯାଞ୍ଚ କରିଛନ୍ତି । ଗତ 2019 ରେ ଆନ୍ତର୍ଜାତିକ ମ୍ୟାଚ ରେ 7 ନମ୍ବର ଗ୍ୟାଲେରୀ ର ଗୋଟିଏ ଅଂଶ କୁ ଦର୍ଶକ ମାନଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା । ବର୍ତମାନ ଏହି 7ନମ୍ବର ଗ୍ୟାଲେରୀ ମରାମତି କାର୍ଯ୍ୟ ସମ୍ପୂର୍ଣ ଭାବେ ଶେଷ ହୋଇଯାଇଛି ଏବଂ ଦର୍ଶକ ମାନେ ଏଠାରେ ମ୍ୟାଚ ଦେଖିପାରିବେ । ଆସନ୍ତା ଜୁନ 10 ତାରିଖ ଦିନ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟଦଳ ର ଖେଳାଳି ମାନେ ଭୁବନେଶ୍ୱର ରେ ପହଁଚିବେ । ଖେଳାଳି ମାନେ ପହଁଚିବା ପରେ ସେମାନଙ୍କର ପରାମର୍ଶ ରେ ଉଭୟ ଦଳ ର ଖେଳାଳି ମାନେ କଡା ସୁରକ୍ଷା ବଳ ରେ ବାରବାଟୀ ଷ୍ଟାଡିଅମ କୁ ନେଟ ଅଭ୍ୟାସ ପାଇଁ ଆସିବେ। ଖେଳାଳି ମାନଙ୍କର ରହିବା ଏବଂ ବିଶ୍ରାମ ନେବା ପାଇଁ ସମସ୍ତ ପ୍ରକାର ସୁ ବନ୍ଦୋବସ୍ତ କରାଯାଉଛି।ବର୍ତମାନ ନବୀନ ପଟ୍ଟନାୟକ ସରକାର ଅମଳ ରେ ରାଜ୍ୟରେ ଏକ କ୍ରୀଡା ପରିବେଶ ସୃଷ୍ଟି ହୋଇଛି । ଏବଂ ବହୁ ଆନ୍ତର୍ଜାତିକ ମ୍ୟାଚ ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ଆଜିଠାରୁ ମ୍ୟାଚ୍ ପାଇଁ ଅନଲାଇନ ରେ ଟିକେଟ ବିକ୍ରି ବ୍ୟବସ୍ତା ଆରମ୍ଭ ହୋଇଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି 20 ଆନ୍ତର୍ଜାତିକ ମ୍ୟାଚ କୁ ସଫଳ କରିବା ପାଇଁ ଓଡିଶା କ୍ରିକେଟ ଆସୋସିସନ ପକ୍ଷରୁ ଆଜି ଏହାର କର୍ମକର୍ତା ମାନେ ସାମ୍ବାଦିକ ସମିଳନୀ ମାଧ୍ୟମ ରେ ଅନୁରୋଧ କରିଛନ୍ତି। ଆଜି ଓଡିଶା କ୍ରିକେଟ ଆସୋସିଏସନ ର ସମ୍ମି ଳନୀ କକ୍ଷ ରେ ଟି 20 ମ୍ୟାଚ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ସମିଳନୀ ରେ ଆସୋସିଏସନ ର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ସଂଗଠନ କମିଟି ର ଅଧକ୍ଷ ଚନ୍ଦ୍ର ସାରଥୀ ବେହେରା, ମେୟର ସୁବାଷ ସିଂ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ,ସୌଭିକ ବିଶ୍ଵାଳ ଓଡିଶା ଆମେଚର ଆଥଲେଟିକ ଆସୋସିଏସନ ର ସମ୍ପାଦକ ଆର୍ଶୀବାଦ ବେହେରା ପ୍ରମୁଖ ଉପସ୍ଥିତ ରହି ସାମ୍ୱାଦିକ ମାନଙ୍କୁ ମ୍ୟାଚ ସମ୍ପର୍କ ରେ ସମସ୍ତ ପ୍ରକାର ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *