ପୁଣି ଭାରତୀୟ ଛାତ୍ରଙ୍କ ୟୁକ୍ରେନରେ ମୃତ୍ୟୁ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନ ଉପରେ ଋଷର ଘନ ଘନ ଆକ୍ରମଣ ମଧ୍ୟରେ ଦ୍ଵିତୀୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ପଞ୍ଜାବ ନିବାସୀ ୨୨ ବର୍ଷୀୟ ଚନ୍ଦନ ଜିନ୍ଦଲ ନାମକ ଛାତ୍ରଙ୍କ ବୁଧବାର ମୃତ୍ୟୁ ଘଟିଛି । ହେଲେ ଚନ୍ଦନଙ୍କ ମୃତ୍ୟୁ କୌଣସି ଆକ୍ରମଣରେ ନୁହେଁ ବରଂ ରୋଗରେ ଘଟିଛି । ସେ ୟୁକ୍ରେନର ଭିନିତସିଆ ମେଡିକାଲ ୟୁନିଭର୍ସିଟିର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ବ୍ରେନ ଷ୍ଟ୍ରୋକ କାରଣରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାତ୍ର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ପୂର୍ବରୁ ମଙ୍ଗଳବାର କର୍ଣ୍ଣାଟକ ବାସିନ୍ଦା ନବୀନଙ୍କ ଖାରକିଭରେ ଗୁଳିମାଡରେ ମୃତ୍ୟୁ ଘଟିଥିଲା । ୟୁକ୍ରେନରେ ଏୟାରସ୍ପେସ୍ ବନ୍ଦ ଥିବାରୁ ଭାରତ ସରକାର ବର୍ତ୍ତମାନ ପଡୋଶୀ ଦେଶ ଜରିଆରେ ନିଜର ନାଗରିକ ଏବଂ ଛାତ୍ରଙ୍କୁ ସୁରକ୍ଷିତ ଆଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ସେହି ପରି ମୃତଦେହକୁ ମଦ୍ୟ ପଡୋଶୀ ଦେଶ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ ଏବଂ ସ୍ଲୋଭାକିଆ ମାର୍ଗ ଜରିଆରେ ନିଆଯାଇ ପାରିବ। ଉଲ୍ଲେଖନୀୟ ଏ ପର୍ୟ୍ୟନ୍ତ ୧୦ ହଜାରରୁ ଅଧିକ ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ବାହାର କରାଯାଇଛି। ଖାରକିଭ, କିଭ ସମେତ ୟୁକ୍ରେନର ଅନେକ ଦେଶରେ ଛାତ୍ର ଫସି ରହିଛନ୍ତି। ଏଥିରୁ ଅଧିକାଂଶ ଡାକ୍ତରୀ ଛାତ୍ର ଅଛନ୍ତି ।

Leave a Reply

Your email address will not be published. Required fields are marked *