ଭାରତୀୟ ଛାତ୍ରଛାତ୍ରୀଙ୍କ ମାରପିଟ୍ କରୁଛନ୍ତି ୟୁକ୍ରେନ ସେନା, ଭିଡିଓ ଭାଇରାଲ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ୟୁକ୍ରେନରେ ଭାରତୀୟ ମାରପିଟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି ଭିଡିଓକୁ ସେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧୀ, ଟ୍ୱିଟ୍ କରି କହିଛନ୍ତି, ୟୁକ୍ରେନରେ ଆମର ଛାତ୍ର ଦୟନୀୟ ସ୍ଥିତିର ସମ୍ମୁଖିନ ହେଉଛନ୍ତି । ଯାହା ଦେଖିବା ପରେ ମୁଁ ଖୁବ୍ ମର୍ମାହତ । ତାଙ୍କ ପିଲାଙ୍କ ସହ ଏମିତି ହେଉ ବୋଲି କୌଣସି ବାପା ମା’ ଚାହିଁବେ । ତାଙ୍କ ପିତା ମାତା ଏହି ଭିଡିଓ ଦୁଃଖରେ ଭାଙ୍ଗି ପଡ଼ିଥିବେ । ସରକାରଙ୍କୁ ଖୁବ୍ ଶୀଘ୍ର ଏହି ସବୁ ଲୋକଙ୍କୁ ୟୁକ୍ରେନରୁ ଆଣିବାର ପୂରା ଯୋଜନା ଜଣାଇବା ଉଚିତ୍ । ଆମେ ନିଜ ଲୋକଙ୍କୁ ଏମିତି ଛାଡ଼ିବା ଉଚିତ୍ ନୁହେଁ । ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ଯେଉଁ ଭିଡିଓ ସେୟାର କରିଛନ୍ତି, ତାହା ପୋଲାଣ୍ଡ ବର୍ଡରର। ଏଠାରେ ଭାରତର କିଛି ଛାତ୍ର ସୀମା ଅତିକ୍ରମ କରିବାକୁ ଚାହୁଁଥିଲେ। ପୋଲାଣ୍ଡ ପୂର୍ବରୁ କହିଥିଲା ଯେ, ଛାତ୍ରଙ୍କୁ ତାଙ୍କ ଦେଶକୁ ଆସିବାରେ କୌଣସି ଭିସାର ଆବଶ୍ୟକତା ନାହିଁ ।

ଛାତ୍ରମାନେ ଅଭିଯୋଗ କରିଛନ୍ତିଯେ, ୟୁକ୍ରେନରେ ବର୍ଡର ଗାର୍ଡ୍ସ ପୋଲାଣ୍ଡ ସୀମାରେ ଭାରତୀୟ ଛାତ୍ରଙ୍କ ପ୍ରତି ଅମାନବୀୟ ଦୁର୍ବ୍ୟବହାର କରିଛନ୍ତି । ୟୁକ୍ରେନ ବର୍ଡର ଗାର୍ଡ୍ସଙ୍କ କହିବା କଥା ଭାରତ ଆମକୁ ଏହି ସଙ୍କଟରେ ସହାୟତା କରିନାହିଁ । ତେଣୁ ସେଠାକାର ସେନା ସୀମାରେ ଭାରତୀୟ ଛାତ୍ରଙ୍କ ପ୍ରତି ଅତ୍ୟାଚାର ଆରମ୍ଭ କରିଦେଲେଣି । ସେମାନେ ସୀମା ଅତିକ୍ରମ କରି ଭାରତୀୟ ଛାତ୍ରଙ୍କୁ ପୋଲାଣ୍ଡ ଯିବାକୁ ଦେଉନାହାଁନ୍ତି । ଏପରିକି ଛାତ୍ରୀମାନଙ୍କ ପ୍ରତି ମଧ୍ୟ ଅତ୍ୟାଚାର କରିବାକୁ ପଛାଉ ନାହାଁନ୍ତି ୟୁକ୍ରେନ ବର୍ଡରରେ ମୁତୟନ ଥିବା ଗାର୍ଡ୍ସ । ଭାରତୀୟ ଛାତ୍ରୀଙ୍କ ଚୁଟି ଟାଣି ମାଡ଼ ମାରୁଛନ୍ତି । ଏଥିରେ ଅନେକ ଛାତ୍ରୀ ଫ୍ୟାକଚର ହେବା ସହ ଆହତ ହୋଇଛନ୍ତି । ୟୁକ୍ରେନରେ ଜଣେ ଭାରତୀୟ ଛାତ୍ର ଏନଡିଟିଭିକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *