ଖଇରା ବ୍ଲକରେ ଭାରତ ବନ୍ଦ ସଫଳ

Spread the love

ଖଇରା, (ନାଗରାଜ ନ୍ୟୁଜ): ଆଜିକାର ଏହି ଭାରତ ବନ୍ଦ ଆନ୍ଦୋଳନକୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର ମିଳିତ ବାମପନ୍ଥୀ ସଂଗଠନ ମାନେ ସମର୍ଥନ ଜଣାଇବା ସହିତ ଏହି ଭାରତ ବନ୍ଦ ଅଭିଯାନରେ ଯୋଗ ଦେଇଥିଲେ । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ପଂଚାୟତ ସମିତି ଆଗରେ । ଖଇରା ପାଚିକା ସଂଘର ବହୁ ମହିଳା କର୍ମଚାରୀ ଏବଂ ସାଥୀ ଜଗଦାନନ୍ଦ ମହାପାତ୍ର, ସନ୍ତୋଷ କୁମାର ସାହୁ, ବସନ୍ତ ମାଝୀ, ପ୍ରଶାନ୍ତ ବାରିକ, ଉପେନ୍ଦ୍ର ଦାସ, ଭଗବାନ ଦାସ, ଉତ୍ତମ ଦାସ, ଆଗାମୀ କାଲି ଭାରତ ବନ୍ଦ ପାଇଁ ମଧ୍ୟ ଖଇରାରେ ମିଳିତ ବାମପନ୍ଥୀ ମେଣ୍ଟ ସମର୍ଥନ କରିବାକୁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ରରେ ବିଜେପି ସରକାର ଯେଉଁ ଭଳି ଭାବରେ ଶ୍ରମିକ ବିରୋଧୀ, କୃଷକ ବିରୋଧୀ ଓ ଦେଶର ଜନ ବିରୋଧୀ ନିତି ଚଳାଇଛନ୍ତି ତାକୁ ବିରୋଧ କରି ସର୍ବଭାରତୀୟ ମିଳିତ ଟ୍ରେଡ ୟୁନିଅନ ମାନଙ୍କ ତରଫରୁ ୧୨ ଦଫା ଦାବି ନେଇ ୨୮/୨୯ ଭାରତ ବନ୍ଦ ପାଇଁ ଡ଼ାକରା ଦେଇଛି, ଏହି ଭାରତ ବନ୍ଦ କୁ ଖଇରା ରେ ବାମପନ୍ଥୀ ସଂଗଠନ ସଫଳ କରିଛି ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *