ଭାରତର ତ୍ରିରଙ୍ଗା ପାକିସ୍ତାନୀ ଓ ତୁର୍କୀ ଛାତ୍ରଛାତ୍ରୀଙ୍କ ରକ୍ଷା କବଚ

Spread the love

ନୂଆଦିଲ୍ଲୀ, (ନାଗରାଜ ନ୍ୟୁଜ): ଋଷ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ୟୁକ୍ରେନର ସବୁ ସହରରେ ମିଶାଇଲ ମାଡ଼ କରୁଛି ଋଷ । ୟୁକ୍ରେନକୁ ଚାରିପଟୁ ଘେରି ରହିଛନ୍ତି ଋଷ ସେନା । ଏଭଳି ସ୍ଥିତିରେ ଫସିରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନରୁ ଏପରି ଏକ ଚିତ୍ର ସାମ୍ନାକୁ ଆସିଛି । ଯାହା ଭାରତୀୟଙ୍କୁ ଗର୍ବିତ କରିବ । ଏହି ଫଟୋରେ ଛାତ୍ରଛାତ୍ରୀମାନଙ୍କ ପାଇଁ ରକ୍ଷା କବଚ ସାଜିଛି ଭାରତର ତ୍ରିରଙ୍ଗା । କାରଣ ତ୍ରିରଙ୍ଗା ଦେଖାଇ ଭାରତୀୟ ଛାତ୍ରଛାତ୍ରୀଙ୍କ ସହିତ ଅନେକ ପାକିସ୍ତାନୀ ଓ ତୁର୍କୀ ଛାତ୍ରଛାତ୍ରୀ ମଧ୍ୟ ବର୍ଡର ପାର ହେଉଛନ୍ତି । ୟୁକ୍ରେନରୁ ରୋମାନିଆର ବୁଖାରିଷ୍ଟ ସହର ପହଞ୍ଚିଥିବା ଭାରତୀୟ ଛାତ୍ର କହିଛନ୍ତି ସତରେ ଆମେ ଗର୍ବୀତ । ଆମର ଜାତୀୟ ପତାକା ନା କେବଳ ଆମର ବରଂ ତୁର୍କୀ ଓ ପାକିସ୍ତାନୀଙ୍କ ଜୀବନ ବଞ୍ଚାଇଛି । ବିପଦ ମୁକ୍ତ କରି ରଖିଛି । ସୂଚନା ଅନୁସାରେ ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ନିଜ ଦୋକୁ ଆଣିବାକୁ ଜାରି ରହିଛି ଅପରେସନ ଗଙ୍ଗା । ଏମିତିକି ଏହି ଅପରେସନରେ ବାୟୁସେନା ବି ସାମିଲ ଅଛନ୍ତି । ଦକ୍ଷିଣ ୟୁକ୍ରେନର ଓଡ଼ିଶାରୁ ଆସିଥିବା ଜଣେ ଡାକ୍ତରୀ ଛାତ୍ର କହିଛନ୍ତିଯେ, ଭାରତର ତ୍ରିରଙ୍ଗା ପାଖରେ ଥିଲେ ଆମର କିଛି କ୍ଷତି ହେବନି । ଏଥିପାଇଁ ଛାତ୍ରମାନେ ବଜାରରୁ ସ୍ପ୍ରେ ପେଣ୍ଟ ଆଣିଥିଲେ, ଯାହା ଦ୍ୱାରା ଭାରତୀୟ ପତାକା ତିଆରି ହୋଇପାରିବ । ଛାତ୍ରଜଣଙ୍କ ଏହା ମଧ୍ୟ କହିଛନ୍ତିଯେ, କିଛି ପାକିସ୍ତାନୀ ଓ ତୁର୍କୀ ଛାତ୍ରମାନେ ମଧ୍ୟ ଏହିପରି ଭାବେ ତ୍ରିରଙ୍ଗା ପ୍ରସ୍ତୁତ କରି ତ୍ରିରଙ୍ଗା ଦେଖାଇ ସୀମା ପାର ହେଉଛନ୍ତି ।

Leave a Reply

Your email address will not be published. Required fields are marked *