ବେଲପାହଡରେ ଆଦିବାସୀଙ୍କ ବନ ମହୋତ୍ସବ ପାଳନ,ଜଙ୍ଗଲ ସୁରକ୍ଷା ପାଇଁ ଆହ୍ବାନ

Spread the love

ପାଟଣାଗଡ: ଓଡ଼ିଶା ସରକାରଙ୍ଗ ଜଙ୍ଗଲ ,ପରିବେଶ ଓ ଜଳବାୟୂ ପରିବର୍ତ୍ତନ ବିଭାଗର ଆବାହନକ୍ରମ‌େ ପାଟଣାଗଡ ବନାଞ୍ଚଳ ବେଲପାହଡ ବିଭାଗ ଦ୍ବାର ବନ ମହୋତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ  ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଓ ବେଲପାହାଡ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇ ଠୁଟିକୁତେର ସଂରକ୍ଷିତ ଜଙ୍ଗଲ ସ୍ଥିତ ବାଞ୍ଜିଡୁଙ୍ଗୁରି ସେଣ୍ଟ୍ରାଲ ନର୍ସରୀ ଠାରେ ବୃକ୍ଷ ରୋପଣ କରିଛନ୍ତି। ମୁଖ୍ୟ ଅତିଥି ଭାବେ ବେଲପାହଡ ତହସିଲଦାର ପ୍ରଶାନ୍ତୀ ପ୍ରଧାନୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭିକ୍ଟର ଶୋରେନ୍,ଗୋଷ୍ଠୀ ଶିକ୍ଷାଧିକାରୀ ବୈକୁଣ୍ଠ ଶବର,ଭାରପ୍ରାପ୍ତ ଥାନା ଅଧିକାରୀ ବୁଲୁ ମୁଣ୍ଡା,ପଣ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି,ଏବିଡିଓ ଜଗବନ୍ଧୁ ମାଝୀ ଓ କପାଣି ସରପଞ୍ଚ ହେମାଞ୍ଜଳ ଧରୁଆ ଯୋଗ ଦେଇ ବୃକ୍ଷ ରୋପଣ କରିଛନ୍ତି।

ଜଙ୍ଗଲ ସୁରକ୍ଷା,ସୃଷ୍ଟ,ପଥପାର୍ଶ୍ବ ବନୀକରଣ,ଜଙ୍ଗଲ ପୋଡି ନିରାକରଣ,ବନ୍ୟ ପ୍ରାଣୀଙ୍କ ଜଳ ପାନ ବ୍ୟବସ୍ଥା ଲାଗି ଜଳାଶୟ ପ୍ରତିଷ୍ଠା କରି ଜଙ୍ଗଲ ରକ୍ଷା ପରିବେଶ ସୁରକ୍ଷା ଦାୟୀତ୍ବ ମାନବ ସମାଜ ହାତକୁ ନେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା। ଏଥିଲାଗି ବ୍ୟପକ ଜନ ସଚେତନତା ଓ ବୃକ୍ଷ ରୋପଣ କରାଯିବା ଆବଶ୍ୟକ ବୋଲି ବକ୍ତାମାନେ ଆହ୍ବାନ ଦେଇ କହିଥିଲେ।

ଅନ୍ୟମାନ ମଧ୍ୟରେ  ଡମ୍ବରୁ ଧରୁଆ,ଗନ୍ଧର୍ବ ମାଝୀ,ଭୁପାଲ ସିଂ ବିା୍ବାଳ,ଗୋପାଳ ନାଗ,ଅର୍ଜୁନ ସିଂ ମାଝୀ,ସୁରେଶ ମାଝୀ,ର୍ଦୁବାଶା ମଲ୍ଲିକ,ଧୁବଳେଶ୍ବର ରାଉତ,ଦୁକନାଶନ ବିଶ୍ବାଳ,ନିଲୁ ବରାହି,ରାଜେନ୍ଦ୍ର ଦରୁଆ,ଘନ ଭୋଇ ପ୍ରମୂକ ଅଂଶଗ୍ରହଣ କରିଥିଲେ।  ପାଟଣାଗଡ ରେଞ୍ଜର ରାଜକିଶୋର ଭୋଇ ,ଫରେଷ୍ଟର ରଜିତ ସିଂବାବୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *